ବର୍ତ୍ତିଲାନି ବିଏମ୍‌ସି ଗାଡି : ୨ଟି ଅଳିଆ ବୁହା ଗାଡିକୁ ୩୨,୫୦୦ ଟଙ୍କାର ଫାଇନ୍

Published By : Prameya-News7 Bureau | March 03, 2020 IST

ଭୁବନେଶ୍ବର ୩।୩: ବିଏମସି ଗାଡିକୁ ଫାଇନ୍ । ଅଳିଆ ବୋହୁଥିବା ଦୁଇଟି ବିଏମସି ଗାଡିକୁ ୩୨ ହଜାର ୫୦୦ ଟଙ୍କା ଫାଇନ୍ କରାଯାଇଛି । ପରମିଟ, ପଲ୍ୟୁସନ ଓ ଇନ୍ସ୍ୟୁରାନ୍ସ ନଥାଇ ଚାଲିଥିଲା ଗାଡି । ରଘୁନାଥପୁର ବ୍ରିଜ୍ ନିକଟରେ ଆରଟିଓ ୨ ପକ୍ଷରୁ ଚାଲିଥିଲା ଚେକିଂ । ଚେକିଂ ଚାଲିଥିବା ବେଳେ ଗାଡିକୁ ଫାଇନ୍ କରାଯାଇଥିବା ଜଣାପଡିଛି ।

ଅନ୍ୟପଟେ ସମ୍ବଲପୁର ପରବିହନ ବିଭାଗ ପକ୍ଷରୁ ମଧ୍ୟ ବଡ ଆକାରର ଫାଇନ୍ ଆଦାୟ କରାଯାଇଥିଲା । ମାଲ୍ ପରିବହନ ପାଇଁ ଅଟୋକୁ ଲାଗିଥିଲା ୩୦ହଜାର ୫ଶହ ଟଙ୍କାର ଫାଇନ୍ । ବିପଦ ସଙ୍କୁଳ ଅବସ୍ଥାରେ ଯାତ୍ରୀବାହୀ ଅଟୋରେ ମାଲ୍ ପରିବହନ କରୁଥିବାରୁ ଅଟୋକୁ ପରିବହନ ବିଭାଗ ଅଧିକାରୀ ୩୦ହଜାର ୫ଶହ ଫାଇନ କରିଥିଲେ । ଅଟୋ ନମ୍ବର ଥିଲା ଓଆର ୧୫କ୍ୟୁ ୫୩୬୫ । ବିନା ଡ୍ରାଇଭିଂ ଲାଇସେନ୍ସ ପାଇଁ ୫ହଜାର, ପଞ୍ଜୀକରଣ ନଥିବାରୁ ୫ହଜାର, ଓଭର ଲୋଡିଂ ପାଇଁ ୨୦ହଜାର ଫାଇନ ହୋଇଥିଲା ।

ସେହିଭଳି ଡିଜେ ସାଉଣ୍ଡ ଗାଡିକୁ ୨୦,୫୦୦ ଟଙ୍କାର ଫାଇନ୍ କରାଯାଇଥିଲା । ଆବଶ୍ୟକୀୟ କାଗଜପତ୍ର ଦେଖାଇନପାରିବାରୁ ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକରେ ଚେକିଂ ସମୟରେ ଗାଡିଟି ଧରାପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.