ବିଡିଏ ପ୍ଲାନ୍ ଉଲଂଘନ ଅଭିଯୋଗରେ ଆପାର୍ଟମେଣ୍ଟର ୨ଟି ମହଲା ସିଲ୍, ପାର୍କିଂରେ ଚାଲିଥିବା ୨ଟି ବ୍ୟାଙ୍କ୍ ବନ୍ଦ ପାଇଁ ନୋଟିସ୍

Published By : Prameya-News7 Bureau | September 22, 2021 IST

ଭୁବନେଶ୍ବର ୨୨।୯: ପାର୍କିଂସ୍ଥଳରେ ବେଆଇନ ନିର୍ମାଣସ୍ଥଳରେ ଚାଲୁଥିବା ଦୁଇ ବ୍ୟାଙ୍କ ସିଲ୍ କଲା ବିଏମସି । ରୁଦ୍ରନାରାୟଣ ଆପାର୍ଟମେଣ୍ଟରେ ଚାଲିଥିଲା ୨ ବ୍ୟାଙ୍କ । ବିଡିଏ ପ୍ଲାନ୍ ଅନୁମୋଦନ ପରେ ବିଲ୍ଡର କରିଥିଲେ କାରନାମା । ଭୁବନେଶ୍ବର ଘାଟିକିଆ ସ୍ଥିତ ରୁଦ୍ରନାରାୟଣ ଆପାର୍ଟମେଣ୍ଟରେ ଥିବା ଦୁଇଟି ବ୍ୟାଙ୍କକୁ ବିଏମ୍‌ସି ସିଲ୍ କରିଛି । ବେଆଇନ ଭାବେ ନିର୍ମାଣ ହୋଇଥିବା ଏହି ଘରେ ବ୍ୟାଙ୍କ ଚାଲିଥିଲା । ଯାହାଦ୍ବାରା ଏହି ଆପାର୍ଟମେଣ୍ଟବାସୀ ନାହିଁ ନଥିବା ସମସ୍ୟା ଭୋଗୁଥିଲେ ।

{"id":515787,"sizeSlug":"large","linkDestination":"none"}

ବିଡିଏ ପ୍ଲାନ୍ ଅନୁମୋଦନ ପୂର୍ବରୁ ସମ୍ପୃକ୍ତ ବିଲ୍ଡର ଯେଉଁ ନକ୍ସା ଅନୁମୋଦନ କରିଥିଲେ ତାହା ଉଲ୍ଲଙ୍ଘନ ହୋଇଥିବାରୁ ବିଏମସି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ବେସମେଣ୍ଟ ଅଞ୍ଚଳ ପାର୍କିଂ ସ୍ଥଳ ପାଇଁ ଉଦ୍ଦିଷ୍ଟ ରହିବ ବୋଲି ଦର୍ଶାଇଥିଲେ । ହେଲେ ପରବର୍ତ୍ତୀ ସମୟରେ  ପର୍କିଂ ସ୍ଥଳ ଅର୍ଥାତ ବେସମେଣ୍ଟରେ ବେଆଇନ ଭାବେ ଦୁଇଟି ଘର ନିର୍ମାଣ କରି ଷ୍ଟେଟ୍ ବ୍ୟାଙ୍କ ଓ  ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ରର ଶାଖା ଖୋଲିବାକୁ ଅନୁମତି ଦେଇଛନ୍ତି ।

{"id":515788,"sizeSlug":"large","linkDestination":"none"}

ପାର୍କିଂ ଅଂଚଳଟି ସେହି ବିଲ୍ଡିଂବାସୀଙ୍କ ପାଇ ଉଦ୍ଦିଷ୍ଟ ନ ରଖି  ଏହାକୁ ବ୍ୟବସାୟ ଉଦ୍ଦେଶ୍ୟରେ ଲଗାଯାଇଛି । ଯାହାକୁ ବେଆଇନ ନକ୍ସା ପରିବର୍ତ୍ତନ କରି ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବାରୁ ସମ୍ପୃକ୍ତ ବିଲଡର  ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମସି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.