ଡାନ୍ସ ବାରରେ ନାଚୁଥିବା ବେଳେ ବିଏମସିର ବରିଷ୍ଠ ଅଧିକାରୀ ଗିରଫ

Published By : Prameya-News7 Bureau | May 16, 2019 IST

ଦିଲ୍ଲୀ ୧୬/୫ : ଦକ୍ଷିଣ ମୁମ୍ବାଇର କୋଲାବା ଅଞ୍ଚଳରେ ଥିବା ଏକ ଡାନ୍ସ ବାରରେ ପୋଲିସ ଚଢାଉ କରିଥିଲା । ଏହି ଡାନ୍ସ ବାରରୁ ପୋଲିସ ୧୫ ଜଣଙ୍କୁ ଗିରଫ କରିଛି । ଗିରଫମାନଙ୍କ ମଧ୍ୟରେ ମୁମ୍ବାଇ ନଗର ନିଗମର ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ଜଣେ ଅଧିକାରୀ କହିଛନ୍ତି ଯେ, ପୋଲିସ ଡାନ୍ସ ବାରରେ ଚଢାଉ କରିଥିଲା ।  ଚଢାଉ ବେଳେ ପୋଲିସ ହୋଟେଲ ମ୍ୟାନେଜମେଣ୍ଟ କର୍ମଚାରୀଙ୍କ ୯ଜଣ ସଦସ୍ୟ ଓ ୬ ଜଣ ଗ୍ରାହକଙ୍କୁ ଗିରଫ କରିଥିଲା । ଏମାନଙ୍କ ମଧ୍ୟରେ ଅଛନ୍ତି ଡେପୁଟି ମ୍ୟୁନିସିପାଲ କମିଶନର ରେଙ୍କର ଜଣେ ଅଧିକାରୀ ସାମିଲ ଅଛନ୍ତି ।

{"id":112554}

ଗିରଫ ଲୋକମାନଙ୍କ ମଧ୍ୟରେ ଜଣେ ବ୍ୟବସାୟୀ, ଜଣେ ସରକାରୀ ଅଧିକାରୀ ଓ କିଛି ହାଇ ପ୍ରୋଫାଇଲ ବ୍ୟକ୍ତି ସାମିଲ ଅଛନ୍ତି । ସେ କହିଛନ୍ତି ଯେ, ବାରର ମହିଳା କର୍ମଚାରୀଙ୍କୁ ଛାଡିଦିଆଯାଇଛି ।

{"id":112555,"width":576,"height":383}

ଏହି ମାମଲାରେ ଭାରତୀୟ ଦଣ୍ଡ ବିଧାନ ଏଂବ ମହାରାଷ୍ଟ୍ର ହୋଟେଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟର ବିଭିନ୍ନ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା । କୋର୍ଟ ଏମାନଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.