ବିଏମ୍‌ସି ଅଫିସରୁ ଫାଇଲ୍‌ ଗାଏବ ଘଟଣା, କ୍ରାଇମବ୍ରାଞ୍ଚ EOWକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

Published By : Prameya-News7 Bureau | November 28, 2022 IST

ଭୁବନେଶ୍ୱର ୨୮।୧୧ : ବିଏମ୍‌ସି ଅଫିସରୁ ଫାଇଲ ଗାଏବ ଘଟଣା । ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଇଓଡବ୍ୟୁକୁ ନିର୍ଦ୍ଦେଶ ଦେଲେ ଲୋକୟୁକ୍ତ । ଫେବୃଆରୀ ୨୦୨୩ରେ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି  ଲୋକାୟୁକ୍ତ ।

ଖବର ଅନୁଯାୟୀ,  ବିଏମ୍‌ସିର ଇଞ୍ଜିନୟରିଂ ବିଭାଗରୁ ଏକ ଫାଇଲ୍‌ ଗାଏବ ହୋଇଥିଲା । ବିଏମସି ଇଂଜିନୟରିଂ ବିଭାଗରେ ଲୋକାଲ ଅଡିଟ୍ ବେଳେ ୨୦୧୧-୧୨ରୁ ୧୬-୧୭ ମଧ୍ୟରେ ୫୩୦ ଫାଇଲରୁ ୧୨୧ଟି ଫାଇଲ ଦାଖଲ ହୋଇଥିଲା । ବାକି ୪୯୦ ଫାଇଲରୁ ୭୪ ଫାଇଲର ପତ୍ତା ପାଇନଥିଲା ଲୋକାଲ ଅଡିଟ । ଯେଉଁଥିରେ  ୭୪ କୋଟି ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି । ଆଉ ଏବେ ଏହି ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ଇଓଡବ୍ୟୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ ।  ଖୁବଶୀଘ୍ର ମାନେ ୨୦୨୩ରେ ରିପୋର୍ଟ ଦାଖଲ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.