ବିଏମସି ବୈଠକରେ ପ୍ରବଳ ହଟ୍ଟଗୋଳ, ଧାରଣାରେ ବସିଲେ ବିଜେପି କର୍ପୋରେଟର

Published By : Prameya-News7 Bureau | September 28, 2022 IST

ଭୁବନେଶ୍ୱର ୨୮।୦୯: ବିଏମସି କର୍ପୋରେଟର ବୈଠକରେ ପ୍ରବଳ ହଟ୍ଟଗୋଳ। ମେୟର, କମିଶନର,ବିଧାୟକ , ଅଫିସର ମାନେ ସହଯୋଗ କରୁନଥିବା ସଙ୍ଗୀନ ଅଭିଯୋଗ ଆଣିଲେ ବିଜେପି କର୍ପୋରେଟର ମାନେ। ମିଟିଂ ହଲରୁ ବାହାରି ବିଏମସି ଅଫିସ ସମ୍ମୁଖରେ ଧାରଣାରେ ବସିଲେ। ମନେଇବାକୁ ତଳକୁ ଆସିଲେ ବହୁ ବରିଷ୍ଠ କର୍ପୋରେଟର।

ଖବର ଅନୁଯାୟୀ,  ୱାର୍ଡରେ ହେଉଥିବା କୌଣସି କାର୍ଯ୍ୟରେ ବି ମେୟର, କମିଶନର ସହଯୋଗ କରୁ ନଥିବା ସିଧାସଳଖ ଅଭିଯୋଗ ଆଣିଛନ୍ତି ବିଜେପି କର୍ପୋରେଟର। ୨୯ ନମ୍ବର ୱାର୍ଡର କର୍ପୋରେଟର ଜୀବନ ରାଉତ ମିଟିଂରେ ଏ ସଂକ୍ରାନ୍ତରେ ପ୍ରଶ୍ନ ଉଠାଇବାରୁ ତାଙ୍କୁ କହିବାକୁ ଦିଆଯାଇନଥିବାର ଅଭିଯୋଗ କରିଥିଲେ। ପ୍ରୋଗ୍ରାମ ସିଡ୍ୟୁଲ କରି ରାତି ଅଧିଆ ଏହାକୁ କ୍ୟାନସଲ କରି କରି ୱାର୍ଡବାସୀଙ୍କ ସମ୍ମୁଖରେ ସେମାନଙ୍କୁ ଲଜ୍ଜିତ କରାଯାଉଥିବା ଅଭିଯୋଗ କରିଛନ୍ତି ବିଜେପି କର୍ପୋରେଟର୍।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.