କୋଭିଡ୍ ସଂକ୍ରମଣ ବଢୁଥିବାରୁ କଟକଣା କଡାକଡି କଲା ବିଏମ୍‌ସି : ସପିଂ ମଲ୍, ଦୋକାନରେ ଭିଡ ନକରିବାକୁ କଡା ତାଗିଦ

Published By : Prameya-News7 Bureau | July 11, 2022 IST

ଭୁବନେଶ୍ବର ୧୧।୭: କୋଭିଡ୍ ସଂକ୍ରମଣ ବଢୁଥିବାରୁ BMC ପକ୍ଷରୁ କଡ଼ାକଡ଼ି ହେଲା କଟକଣା । ସପିଂ ମଲ୍, ଦୋକାନରେ ଭିଡ଼ ନକରିବାକୁ ମଧ୍ୟ କଡ଼ା ତାଗିଦ କରାଯାଇଛି । ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର ନିଶ୍ଚିତ କରିବେ ମଲ୍ କର୍ତ୍ତୃପକ୍ଷ । ମଲ୍ ଗୁଡିକର ଏଣ୍ଟ୍ରି ପଏଣ୍ଟରେ ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି ।

ଦୋକାନୀ ଭିଡ଼ ସମ୍ଭାଳି ନପାରିଲେ ଖାଦ୍ୟ ପାର୍ସଲ ଦେବାକୁ BMC ପରାମର୍ଶ ଦେଇଛି ।  ରାସ୍ତା କଡ ଟିଫିନ୍ ଷ୍ଟଲ, ଚା’ ଦୋକାନ, ଗୁପଚୁପ, ଦହିବରା, ଲସି ଏବଂ ଜୁସ୍ ଷ୍ଟଲରେ ଗହଳି ନିୟନ୍ତ୍ରଣ ପାଇଁ ପରାମର୍ଶ ଦିଆଯାଇଛି । ସ୍ପା, ସେଲୁନରେ କୋଭିଡ୍ ନିୟମ ପାଳନ ବାଧ୍ୟତାମୂଳକ କରାଯାଇଛି ।

ସିନେମା ହଲ, ଅଡିଟୋରିୟମ, ଥିଏଟରରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଆବଶ୍ୟକତାଠାରୁ ଅଧିକ ଗହଳି ନକରିବାକୁ ପରାମର୍ଶ । କୋଭିଡ୍ ନିୟମର ଉଲ୍ଲଘଂନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦିଆଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.