ଘରୋଇ ହୋଲଡିଙ୍ଗ ଟ୍ୟାକ୍ସ ଦେଇ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲି ମାଲାମାଲ ହେଉଛନ୍ତି ରାଜଧାନୀର ଘର ମାଲିକ, ଏବେ ବାଜିବ ବିଏମସି ଛାଟ…
1/08/2019 at 5:27 PM

ଭୁବନେଶ୍ବର୧|୮: ରାଜଧାନୀରେ ଲାଲେ ଲାଲ ହେଉଛନ୍ତି ଘର ମାଲିକ। ଫାଙ୍କୁଛନ୍ତି ହୋଲଡିଙ୍ଗ ଟ୍ୟାକ୍ସ। ଘରୋଇ ହୋଲଡିଙ୍ଗ ଟ୍ୟାକ୍ସ ଦେଇ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲି ମାଲାମାଲ ହେଉଛନ୍ତି ରାଜଧାନୀର ଘର ମାଲିକ ମାନେ । ରାଜଧାନୀରେ ହୋଲଡିଙ୍ଗ ଟ୍ୟାକ୍ସ ଫାଙ୍କୁଥିବା ୪୦ ଘର ମାଲିକଙ୍କୁ ଏବେ ନୋଟିସ୍ ପଠାଇଛି ବିଏମସି ।ଏଥିସହ ରାଜଧାନୀର ବିଭିନ୍ନ ସ୍ଥାନ ଚିହ୍ନଟ କରି ନୋଟିସ କରିବାକୁ ଯୋଜନା କରିଛି ବିଏମସି ।…

ରାଜଧାନୀରେ ଘର ମାଲିକ ସାବଧାନ । ଆବାସିକ ଘରେ ବ୍ୟବସାୟ ପ୍ରତିଷ୍ଠାନ ପାଇଁ ଭଡା ଲଗାଇଛନ୍ତି କି ? ତା ହେଲେ ଆପଣଙ୍କ ଘର ଏବେ ବିଏମସି ସ୍କାନରରେ ।ଖୁବ ଶୀଘ୍ର ଆପଣଙ୍କ ପାଖକୁ ଯିବ ନୋଟିସ ।ଭୁବନେଶ୍ବର ଉତ୍ତର ଜୋନରେ ବେଆଇନ ଭାବେ ଆବାସିକ ଘରକୁ ବ୍ୟବସାୟିକ ଉଦ୍ଦେଶ୍ୟରେ ଭଡା ଦିଆଯାଇଥିବା ୪୦ ଜଣ ଘର ମାଲିକଙ୍କୁ ନୋଟିସ କରିଛନ୍ତି ବିଏମସି ଉତ୍ତର ଜୋନ କମିଶନର ।

କେଉଁଠି ଆବାସିକ ଘରରେ ଗଢି ଉଠିଛି ହୋଟେଲ, ତ ଆଉ କେଉଁଠି ଚାଲିଛି ରେଷ୍ଟୁରାଣ୍ଟ । କେବଳ ଏତିକି ନୁହେଁ ଆବସିକ ଘରେ ଅନଲାଇନ ଓୟୋ ଗେଷ୍ଟ ହାଉସ କରାଯାଇଥିବା ବିଏମସିର ନଜରକୁ ଆସିଛି। କେବଳ ସେତିକି ନୁହେଁ ଆବାସିକ ଘରେ ବହୁ ହୋଟେଲ ସୋରୁମ, ହଷ୍ଟେଲ ବି ଖୋଲିଛି।

ସେପଟେ ରାଜଧାନୀରେ ହୋଲଡିଙ୍ଗ ଟ୍ୟାକ୍ସ ଠକେଇ ଯୋଗୁ ବିଏମସିର ରାଜସ୍ବ ହାନି ହେଉଛି। କେବଳ ଭୁବନେଶ୍ବର ଉତ୍ତର ଜୋନରେ ନୁହେଁ ଖୁବ ଶୀଘ୍ର ନର୍ଥ ଜୋନ, ସାଉଥ ଜୋନ୍ରେ ଏଭଳି ବେଆଇନ ଘର ଚିହ୍ନଟ କରାଯିବ ବୋଲି କହିଛନ୍ତି ବିଏମସି ଅତିରିକ୍ତ କମିଶନର ।କଟକ ରୋଡ, ଜନପଥ, ଆଚାର୍ଯ୍ୟ ବିହାର, ବାଣୀ ବିହାର, ରସୁଲଗଡ, ସାମନ୍ତରାପୁରରେ ଏଭଳି ବହୁ ଘର ଅଛି ଯେଉଁଠି ମାଲିକ ମାନେ ଆବାସିକ ଘରକୁ ବେଆଇନ ଭାବେ ବ୍ୟବସାୟିକ ପ୍ରତିଷ୍ଠାନରେ ଲଗାଯାଇଥିବା ଜଣାପଡିଛି।

୨୦୧୮-୧୯ ଆର୍ଥିକ ବର୍ଷରେ ୧୫୦ କୋଟି ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ୧୦୨ କୋଟି ରାଜସ୍ବ ଆଦାୟ କରିପାରିଛି ବିଏମସି। ସମୁଦାୟ ରାଜସ୍ବ ଆଦାୟରୁ ବିଏମସି ୩୭ କୋଟି ଟଙ୍କା, ହୋଲଡିଙ୍ଗ ଟ୍ୟାକ୍ସରୁ ଆଦାୟ କରିଛି।