ଭୁବନେଶ୍ୱର ୨୩।୦୪: ଦୀର୍ଘ ୨୦ ଦିନ ପରେ ବମିଖାଲରୁ ଆଜି ସିଲ୍ ହଟିଛି । ସଂକ୍ରମଣ ଅବରୋଧ ଅଞ୍ଚଳ ବା ନିଷିଦ୍ଧାଞ୍ଚଳ ଘୋଷିତ ବମିଖାଲ ଓ ସୂର୍ଯ୍ୟନଗରର ସୀମିତ ଅଞ୍ଚଳରୁ ମଧ୍ୟ କଟକଣା ପ୍ରତ୍ୟାହାର କରାଯାଇଛି । ଆଜି ସନ୍ଧ୍ୟାରେ ବିଏମ୍ସି କମିଶନର ଏହି ବିଜ୍ଞପ୍ତି ଜାରି କରିଛନ୍ତି । ସିଲ୍ ହୋଇଥିବା ଏହି ଅଞ୍ଚଳରେ ସମସ୍ତ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ନେଗେଟିଭ୍ ଆସିବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଏମ୍ସି ସୂତ୍ରରୁ ଜଣାପଡିଛି । ତେବେ ଏହି ଅଞ୍ଚଳରେ ଆସନ୍ତା ୭ଦିନ ଯାଏ ଘରକୁ ଘର ବୁଲି ଆକ୍ଟିଭ୍ ସର୍ଭେଲାନ୍ସ ଜାରି ରହିବ ।
wp:core-embed/twitter {"url":"https://twitter.com/bmcbbsr/status/1252978204299505666","type":"rich","providerNameSlug":"twitter","className":""} /wp:core-embed/twitterବମିଖାଲ ବେବିଲୋନ ଗାର୍ଡେନ୍ରୁ ୩ଜଣ ଆକ୍ରାନ୍ତ ବାହାରିବା ପରେ ଅଞ୍ଚଳକୁ ଗତ ୩ ତାରିଖରେ ସିଲ୍ କରାଯାଇଥିଲା । ପରେ ଏହି ଅଞ୍ଚଳରୁମୋଟ ୧୮ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ସୂର୍ଯ୍ୟନଗରରୁ ୮ଜଣ ଆକ୍ରାନ୍ତ ଚିହ୍ନଟ ପରେ ୨ ତାରିଖରେ ଏହାକୁ ସଂକ୍ରମଣ ଅବରୋଧ ଅଞ୍ଚଳ ଭାବେ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିଲା । ସେହିଭଳି ୪ଜଣ ଆକ୍ରାନ୍ତ ଚିହ୍ନଟ ପରେ ସତ୍ୟନଗରକୁ ଗତ ୭ ତାରିଖରେ ସିଲ୍ କରାଯାଇଥିଲା । ସମସ୍ତ ସିଲ୍ ଅଞ୍ଚଳରେ ସରକାରୀ ଓ ଘରୋଇ ଅଫିସ୍, ଦୋକାନ ବଜାର ବନ୍ଦ ରହିଥିଲା । ଲୋକଙ୍କୁ ଘରୁ ବାହାରକୁ ବାହାରିବା ଉପରେ କଟକଣା ଲାଗିଥିଲା । ବିଏମ୍ସି ପକ୍ଷରୁ ଲୋକଙ୍କ ଘର ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚା ଯାଉଥିଲା ।
{"id":258566,"sizeSlug":"large"}ଆକ୍ଟିଭ୍ ସର୍ଭେଲାନ୍ସ ଆଧାରରେ ସୂର୍ଯ୍ୟନଗର ଅଞ୍ଚଳର ସମସ୍ତ ସନ୍ଦିଗ୍ଧଙ୍କ ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏଣୁ ଗତ ୧୪ ତାରିଖରେ ସୂର୍ଯ୍ୟନଗରରୁ ସିଲ୍ ହଟାଇ ଦିଆଯାଇଥିଲା । କେବଳ କିଛି ସୀମିତ ଅଞ୍ଚଳକୁ ସିଲ୍ କରି ରଖାଯାଇଥିଲା । କିନ୍ତୁ କରୋନା ହଟସ୍ପଟ୍ରେ ଥିବା ବମିଖାଲ ଓ ସତ୍ୟନଗର ଅଞ୍ଚଳରୁ ସିଲ୍ କୋହଳ କରାଯାଇନଥିଲା ।
ବିଏମ୍ସି ପକ୍ଷରୁ ନିୟମିତ ଏହି ୩ଟି ସିଲ୍ ଅଞ୍ଚଳର ସ୍ଥିତି ଅନୁଧ୍ୟାନ ଚାଲିଥିଲା । ଆକ୍ଟିଭ୍ ସର୍ଭେଲାନ୍ସକୁ ଜୋରଦାର କରାଯାଇଥିଲା । ଘର ଘର ବୁଲି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଖୋଜିବାଠାରୁ ନେଇ ଫ୍ଲୁ ଭଳି ଲକ୍ଷଣ ଥିବା ଲୋକଙ୍କୁ ଚିହ୍ନଟ ସହ ସମସ୍ତ ସନ୍ଦିଗ୍ଧଙ୍କୁ ପରୀକ୍ଷା କରାଯାଇଥିଲା । କିନ୍ତୁ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିବା ପରେ ଆଜି ୩ ଅଞ୍ଚଳରୁ ସିଲ୍ ହଟାଇ ଦିଆଯାଇଛି ।
ବମିଖାଲ ଅଞ୍ଚଳର ଏକାମ୍ର ହଲ୍ ପାଖ କାଫେ କଫି ଡେ ଲେନ୍ରୁ ଝାରପଡ଼ା କେନାଲ ରାସ୍ତା, ଝାରପଡ଼ା କେନାଲ ରାସ୍ତାରୁ ଝାରପଡା ଦୁର୍ଗାମଣ୍ଡପ, ଝାରପଡ଼ା ଦୁର୍ଗାମଣ୍ଡପରୁ କଟକ ପୁରୀ ରାସ୍ତାର ଡିସିବି ବ୍ୟାଙ୍କ ଛକ ଓ କଟକ ପୁରୀ ରାସ୍ତା ଡିସିବି ବ୍ୟାଙ୍କ ପାଖରୁ ପୁଣି ଏକାମ୍ର ହଲ୍ ପାଖ କାଫେ କଫି ଡେକୁ ଯାଇଥିବା ରାସ୍ତା ବ୍ୟାରିକେଡ୍ ଦେଇ ସିଲ୍ ହୋଇଥିଲା । ସିଲ୍ ନିଷ୍ପତ୍ତି ପ୍ରତ୍ୟାହାର ପରେ ଆସନ୍ତାକାଲି ସକାଳୁ ବ୍ୟାରିକେଡ୍ ହଟାଇବାକୁ ବିଏମ୍ସି କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ସତ୍ୟନଗର ଅଞ୍ଚଳରୁ ବିଗବଜାର ରାସ୍ତାର ଉତ୍ତର ପାଶ୍ୱର୍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଅଞ୍ଚଳ ସିଲ୍ ହୋଇଥିଲା । ସତ୍ୟନଗର ଛକରୁ କାଳୀମନ୍ଦିର ଛକ, କାଳୀମନ୍ଦିର ଛକରୁ ପତଞ୍ଜଳି ଷ୍ଟୋର୍, ପତଞ୍ଜଳି ଷ୍ଟୋର୍ ପାଖରୁ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାର୍ଟର୍ସ ଓ ବ୍ୟାଙ୍କ ଅଫ ଇଣ୍ଡିଆ ଅଫିସର୍ସ କ୍ୱାର୍ଟର୍ସଠାରୁ ସତ୍ୟନଗର ଛକ ଦେଇ ମିଶନାରୀ ଅଫ୍ ଚାରିଟି ଓ ଆକ୍ସିସ୍ ବ୍ୟାଙ୍କ ଅଞ୍ଚଳକୁ ସିଲ୍ ହୋଇଥିଲା । ପୁଣି ସତ୍ୟନଗରରୁ ବିଗ୍ବଜାରର ଦକ୍ଷିଣ ପାଶ୍ୱର୍ ରାସ୍ତା ଓ ପୂର୍ତ୍ତ ବିଭାଗର ସବ୍ଡିଭିଜନ୍-୩ ଅଫିସ୍ ଓ କ୍ୱାର୍ଟର୍ସ କମ୍ପେ୍ଲକ୍ସ ସିଲ୍ ଥିଲା । ଏହାକୁ ଆସନ୍ତାକାଲି ହଟାଇ ଦିଆଯିବ ।