ଓମିକ୍ରନ୍‌ ମୁକାବିଲା ପାଇଁ ବିଏମ୍‌ସିର ପ୍ରସ୍ତୁତି, ଭିଡ଼ ଜମୁଥିବା ସ୍ଥାନ ଉପରେ କଡ଼ା ନଜର

Published By : Prameya-News7 Bureau | December 21, 2021 IST

ଭୁବନେଶ୍ୱର ୨୧।୧୨: ଓମିକ୍ରନ ପଜିଟିଭ୍‌ କେସ୍‌ର ମୁକାବିଲା ପାଇଁ ବିଏମସି ପୁରା ପ୍ରସ୍ତୁତ ରହିଛି ।  ବିଏମସି ନିଜର ୪୫ଟି ଆଇସୋଲେସନ ବେଡକୁ ପ୍ରସ୍ତୁତ ରଖିଛି । ଏହାଛଡା ଆଇଏମଏସ ଆଣ୍ଡ ସମ୍ ହସପିଟାଲରେ ବି ବେଡ ପ୍ରସ୍ତୁତ ରଖାଯାଇଛି ବୋଲି ବିଏମ୍‌ସି ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ,  ବିଦେଶ ଫେରନ୍ତାଙ୍କ ସର୍ଭେଲାନ୍ସ ଚାଲିଛି । ଟ୍ରେସିଂ, ଟ୍ରାକିଙ୍ଗ ଚାଲିଛି। ଡିସେମ୍ବର ୧ ରୁ ଆଜି ଯାଏ ୧୦୦୦ ନାଗରିକ ବିଦେଶରୁ ଆସିଲେଣି। ସେଥି ମଧ୍ୟରୁ ସଂକ୍ରମିତ ଦେଶରୁ ୩୫୦ ଜଣ ଆସିଛନ୍ତି । କିନ୍ତୁ ପଜିଟିଭ ବାହାରିନାହିଁ । ଯଦି କେହି ଓମିକ୍ରନ ସଂକ୍ରମଣ ହୁଅନ୍ତି ତେବେ ତାଙ୍କୁ ସାତ ଦିନ ସରକାରୀ ଆଇସୋଲେସନରେ ରଖାଯିବ । ଅଷ୍ଟମ ଦିନ ପୁଣି ଥରେ ଟେଷ୍ଟ ହେବ । ନେଗେଟିଭ ଆସିଲେ ଘରକୁ ଫେରିବାକୁ ଅନୁମତି ମିଳିବ  ।

ସେହିପରି ବିଏମସି ଅଫିସର କଣ୍ଟ୍ରୋଲ ରୁମରୁ ସବୁ ସ୍ଥିତି ଉପରେ ନଜର ରଖାଯାଇଛି। ରାଜ୍ୟ ସରକାରଙ୍କ  ଦ୍ଵାରା ଚିହ୍ନଟ ହୋଇଥିବା କୋଭିଡ୍ ହସପିଟାଲମାନଙ୍କୁ ପ୍ରସ୍ତୁତ ରହିବା ପାଇଁ କୁହାଯାଇଛି । ଖାସ୍ କରି ମାର୍କେଟ ଗହଳି ଉପରେ ନଜର ରହିଛି ବିଏମସି ।  କଟକ ଓ ଜଗତସିଂହପୁରର ରୋଗୀ ଭୁବନେଶ୍ୱର ଆସିବା ନେଇ କିଛି ଖବର ନାହିଁ ବୋଲି କହିଛନ୍ତି ବିଏମସି ଡେପୁଟି କମିସନର ଶୁଭେନ୍ଦୁ କୁମାର ସାହୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.