ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

ବିଏମ୍‌ସିର ନିଷ୍ପତ୍ତି, ସର୍ତ୍ତ ସହ ପୁଣି ଖୋଲିବ ରାମମନ୍ଦିର ନିକଟ ଖାଓଗଳି

24/05/2022 at 6:09 PM

ଭୁବନେଶ୍ୱର, ୨୪/୦୫: ପୁଣି ଖୋଲିବ ଭୁବନେଶ୍ୱର ରାମମନ୍ଦିର ନିକଟ ଖାଓଗଳି । ଏଥିପାଇଁ ଦୋକାନୀଙ୍କ ପାଇଁ ୨୨ଟି ସର୍ତ୍ତ ରଖିଛି ବିଏମସି । ସର୍ତ୍ତମାନିଲେ ଦୋକାନ ଖୋଲିବାକୁ ଅନୁମତି ଦେବ ବିଏମ୍‌ସି । ଏବେଠୁ ପ୍ରତି ଦୋକାନୀ ସିକ୍ୟୁରିଟି ବାବଦକୁ ୨୫ ହଜାର ଜମା ଦେବେ । ତା ସହ ମାସିକ ଭଡ଼ା ୬ ହଜାର ବି ଦେବେ ବୋଲି ନିଷ୍ପତି ହୋଇଛି। ସନ୍ଧ୍ୟା ସାଢ଼େ ୫ଟାରୁ ରାତି ୧୦ଟା ଯାଏଁ ଖୋଲିବ ଖାଓଗଳି । ସେଣ୍ଟ ଜୋସେଫ ହାଇସ୍କୁଲର କିଛି ଅବିଭାବକ ସେହି ଅଞ୍ଚଳ ପରିଷ୍କାର ପରିଚ୍ଛନ୍ନ ରହୁନଥିବା ଅଭିଯୋଗ କରିଥିଲେ । ତାଛଡା ପଲିଥିନ ଓ ଠେଲା ଗାଡ଼ି ଲଗାଇ ସୌନ୍ଦର୍ଯ୍ୟ ବିଗାଡୁ ଥିଲେ କିଛି ବ୍ୟବସାୟୀ ।

ଏହାଛଡା ଆଉକିଛି ଅଭିଯୋଗ ପାଇବା ଓ ବିବାଦ ଥିବାରୁ ବିଏମସି ଏହି ଆକ୍ସନ ନେଇ ବନ୍ଦ କରିଦେଇଥିଲା । ହେଲେ ଆଜି ବିଏମସି ଅଫିସରେ ମେୟରଙ୍କ ନେତୃତ୍ୱରେ ବସିଥିବା ଏକ ବୈଠକରେ ଆଲୋଚନା ପରେ ସମାଧାନର ବାଟ ଫିଟିଥିଲା । ନିୟମ ଉଲଂଘନ କଲେ OMC ଅଧିନିୟମ – ୨୦୦୩ର ଅନୁସରଣ କରି ବଣ୍ଟନକାରୀଙ୍କୁ ଯେ କୌଣସି ସମୟରେ ବାହାର କରାଯାଇପାରିବ । ସେଠାରେ ବ୍ୟବସାୟ କରିବା ପାଇଁ ବଣ୍ଟନକାରୀ ବାଣିଜ୍ୟିକ ଲାଇସେନ୍ସ ଏବଂ FSSAI ପ୍ରମାଣପତ୍ର ପାଇବେ । ବଣ୍ଟନକାରୀ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁ ପାଇଁ ଦୁଇଟି ପୃଥକ ଡଷ୍ଟବିନ ରଖିବେ ଏବଂ ବିଏମସି ଦ୍ୱାରା ଧାର୍ଯ୍ୟ ପଦ୍ଧତିରେ ଏହାକୁ ସେଠାରୁ ସଂଗ୍ରହ କରିଯିବ ।

   Related Posts