ଘାରିଛି କରୋନା ସଂକ୍ରମଣ ଚିନ୍ତା, ସଂଧ୍ୟା ସୁଦ୍ଧା ବିମାନବନ୍ଦରରେ ଟେଷ୍ଟିଂ ସେଣ୍ଟର- ବିଏମ୍‌ସି କମିଶନର

Published By : Prameya-News7 Bureau | February 24, 2021 IST

ଭୁବନେଶ୍ୱର ୨୪।୦୨: ଚିନ୍ତା ବଢାଇଲାଣି କରୋନାର ୨ୟ ଷ୍ଟ୍ରେନ୍‌ । ଯାହାକୁ ନେଇ ବିଏମ୍‌ସି ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି । ତେବେ ବିଏମ୍‌ସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଖୋଦ୍‌ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

କରୋନାର ୨ୟ ଷ୍ଟ୍ରେନକୁ ନେଇ ବିଏମସି କମିଶନର କହିଛନ୍ତି ଯେ, ରେଳ ଷ୍ଟେସନ୍ ପାଇଁ କିଛି ନିଷ୍ପତ୍ତି ନେଇନାହୁଁ  ।  କିନ୍ତୁ ଏୟାରପୋର୍ଟରେ ଆଜି ସଂନ୍ଧ୍ୟା ସୁଦ୍ଧା ଏକ ଟେଷ୍ଟିଂ ସେଣ୍ଟର କରାଯିବ । ଏନେଇ ଗତକାଲି ଏକ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକମାନଙ୍କର  ସ୍କ୍ରିନିଂ କରାଯିବ । ଯଦି ସେଥିରେ କିଛି ନଜର ଆସେ କିମ୍ବା ଲୋକଙ୍କ ଭିତରେ କିଛି ଲକ୍ଷଣ ଦେଖାଯାଏ । ତେବେ ତୁରନ୍ତ ସେମାନଙ୍କର ଟେଷ୍ଟିଂ କରାଯିବ । ଗତ ୧ ମାସ ମଧ୍ୟରେ ପଜିଟିଭ ଆକ୍ରାନ୍ତଙ୍କ ସଂଖ୍ୟା ବିଶେଷ ବଢିନାହିଁ । ଲଗାତର ଭାବେ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି ।  ତେବେ ଆମେ ସମସ୍ତ ଘଟଣା ଉପରେ ନଜର ରଖିଛୁ । ପୂର୍ବ ପରି ଆମର ବିଭିନ୍ନ ସେଣ୍ଟରରେ ଟେଷ୍ଟିଂ ଜାରି ରହିଛି । ଆମ ପାଖରେ ଯଥେଷ୍ଟ ହସ୍ପିଟାଲ ମଧ୍ୟ ଉପଲବ୍ଧ ରହିଛି । . 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.