ବିଜେଡି ମୁହାଁ ସ୍ୱାଧୀନ କର୍ପୋରେଟର, ଦଳରେ ମିଶିଲେ ଚନ୍ଦ୍ରଶେଖର ମଲିଆ

Published By : Prameya-News7 Bureau | April 03, 2022 IST

ଭୁବନେଶ୍ୱର,୦୩/୦୪: ବିଜେଡି ମୁହାଁ ସ୍ୱାଧୀନ କର୍ପୋରେଟର । ଶପଥ ଗ୍ରହଣ ପୂର୍ବରୁ ବିଜେଡି ମିଶିଲେ ଭୁବନେଶ୍ୱର ମହାନଗର ନିଗମର ସ୍ୱାଧୀନ କର୍ପୋରେଟର ଚନ୍ଦ୍ରଶେଖର ମଲିଆ। ଚଳିତ bmc ନିର୍ବାଚନରେ ସେ ବିଜେଡି ଟିକେଟ ପାଇଁ ଆଶାୟୀ ଥିଲେ। ବିଜେଡି ଟିକେଟ ନ ମିଳିବାରୁ ୬୦ ନମ୍ବର ୱାର୍ଡରୁ ସ୍ୱାଧୀନ  ପାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ। ସ୍ୱାଧୀନ ଲଢ଼ିଥିବା ସତ୍ତ୍ୱେ ଦଳ ତାଙ୍କୁ ନିଲମ୍ବନ କରିନଥିଲା । ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ରଙ୍କ ସହ ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଏକାମ୍ର ବିଜେଡି ସଭାପତି ରାଜେନ୍ଦ୍ର ସମର୍ଥଙ୍କ ଉପସ୍ଥିତିରେ ଦଳରେ ପୁଣି ଯୋଗଦେଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.