ଏଡିଟ୍ ହୋଇପାରିବ ଟ୍ବିଟ୍, ଡିପି ବଦଳାଇଲେ ରହିବନି ବ୍ଲୁ ଟିକ୍: ଏଭଳି ରହିଛି ଟ୍ବିଟର ବ୍ଲୁ ଟିକ୍ ଫିଚର୍ସ

Published By : Prameya-News7 Bureau | December 12, 2022 IST

ନୂଆଦିଲ୍ଳୀ, ୧୨/୧୨: ଟ୍ବିଟର ପୁଣି ଥରେ ୟୁଜରଙ୍କ ପାଇଁ ବ୍ଲୁ ସବସ୍କ୍ରିପସନ ଲଞ୍ଚ କରିବାକୁଯାଉଛି। ସୋମବାର ଏହି ସର୍ଭିସ ଲଞ୍ଚ ହେବା ପରେ ୟୁଜର୍ସ ପେମେଣ୍ଟ କରି ବ୍ଲୁ ଟିକ୍ ହାସଲ କରିପାରିବେ। ବ୍ଲୁ ସବସ୍କ୍ରିପସନ ମିଳିବା ପରେ ୟୁଜରଙ୍କୁ କଣ୍ଟେଣ୍ଟ ଏଡିଟ୍ ବ୍ୟତୀତ ଅନେକ ସୁବିଧା ମଧ୍ୟ ମିଳିବ। ଅବଶ୍ୟ ଆପଲ ଆଇଓଏସ ୟଜର୍ସଙ୍କ ପାଇଁ ଏହି ସେବା ମହଙ୍ଗା ରହିବ। ଟ୍ବିଟର ଓ୍ବେବ୍ ପାଇଁ ୮ ଡଲାର ପ୍ରତି ମାସ ଥିବାବେଳେ, ଆଇଓଏସ ପାଇଁ ୧୧ ଡଲାର ପ୍ରତିମାସର ପେମେଣ୍ଟ ରହିଛି।

କମ୍ପାନୀର ନୂଆ ପଲିସି ଅନୁଯାୟୀ ଏବେ ଟ୍ବିଟର ୟୁଜରଙ୍କ ଆକାଉଣ୍ଟର ସମୀକ୍ଷା କରାଯିବ। କେବଳ ଭେରିଫାଇ ଫୋନ୍ ନମ୍ବର ଥିବା ୟୁଜରଙ୍କୁ ହିଁ ସେବା ମିଳିବ। ଏଥିପାଇଁ ଟ୍ବିଟର କର୍ମଚାରୀ ମଧ୍ୟ ଆକାଉଣ୍ଟର ସମୀକ୍ଷା କରିବେ। ଭେରିଫିକେସନ ପରେ ୟୁଜର୍ସଙ୍କୁ ବ୍ଲୁ ଟିକ୍ ଦିଆଯିବ। ଏହା ସହ ୟୁଜରଙ୍କୁ ଟ୍ବିଟ୍‌ର କେଣ୍ଟେଣ୍ଟକୁ ଏଡିଟ୍ କରିବା ଅପ୍ସନ ମିଳିବ। ଅବଶ୍ୟ ୟୁଜର୍ସ କେବଳ ୩୦ ମିନିଟ୍ ମଧ୍ୟରେ କଣ୍ଟେଣ୍ଟକୁ ଏଡିଟ୍ କରିପାରିବେ। ଏହା ବ୍ୟତୀତ ଫୁଲ୍ ଏଚଡି ଭିଡିଓ ମଧ୍ୟ ଅପଲୋଡ କରିପାରିବେ। ଏହା ସହ ଲମ୍ବା ଟ୍ବିଟ୍ ମଧ୍ୟ କରିପାରିବେ। ସବସ୍କ୍ରିପସନ ନେଇଥିବା ୟୁଜରଙ୍କୁ ୫୦ ପ୍ରତିଶତ କମ୍ ବିଜ୍ଞାପନ ଦେଖାଯିବ।

ଖାସ୍ କଥା ହେଉଛି ଯଦି ୟୁଜର୍ସ ଯଦି ନିଜ ପ୍ରୋଫାଇଲ ଫଟୋ କିମ୍ବା ନାମ ବଦଳାଉଛନ୍ତି ତେବେ ତାଙ୍କ ବ୍ଲୁ ଟିକ୍ ହଟାଇଦିଆଯିବ ଏବଂ ପୁଣି ଥରେ ଭେରିଫିକେସନ ପରେ ହିଁ ବ୍ଲୁ ଟିକ୍ ଦିଆଯିବ। ଏହା ଏଥିପାଇଁ କରାଯାଇଛି, କାରଣ ଏଭଳି ବ୍ୟକ୍ତି ଯେଉଁମାନେ କିଛି ସ୍ବତନ୍ତ୍ର କ୍ୟାମ୍ପେନ୍ କିମ୍ବା ବିରୋଧରେ ପ୍ରୋଫାଇଲ ଫଟୋ ଏବଂ ନାମ ବଦଳାଇଥାନ୍ତି। ସୂଚନାଯୋଗ୍ୟ, କମ୍ପାନୀ ଅଧିଗ୍ରହଣ କରିବା ପରେ ମସ୍କ ଲଗାତାର ନୂଆ ପ୍ରୟୋଗ କରୁଛନ୍ତି। ଆଉ ଏହା ମଧ୍ୟ କମ୍ପାନୀର ଏକ ନୂଆ ପ୍ରୟୋଗ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.