suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପୁଟିନଙ୍କୁ ବଡ ଝଟକା, ରୁଷର ପ୍ରସ୍ତାବକୁ ଖାରଜ କଲା UNSC

28/03/2023 at 9:37 PM

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ରୁଷକୁ  ଲାଗିଲା ବଡ ଝଟକା।  ରୁଷରୁ ୟୁରୋପ ପର୍ଯ୍ୟନ୍ତ ବିଛା ଯାଇଥିବା ଗ୍ୟାସ୍ ପାଇପ୍ ଲାଇନ୍ ନଡ ଷ୍ଟ୍ରିମ-୧ ଏବଂ ନଡ ଷ୍ଟ୍ରିମ-୨ରେ ଭଙ୍ଗାରୁଜା ଘଟଣାର ଅନ୍ତର୍ଜାତୀୟସ୍ତରରେ ତଦନ୍ତ କରିବାକୁ ରୁଷ ଦାବି କରିଥିଲା। ଏଥିପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସସି)ରେ ଏକ ପ୍ରସ୍ତାବ ଆଗତ କରିଥିଲା। କିନ୍ତୁ ୟୁଏନଏସସି ପ୍ରସ୍ତାବକୁ ସମର୍ଥନ କରି ନାହିଁ। ରୁଷ ସମାଚାର ତାସ୍ ମଙ୍ଗଳବାର ଏହି ସୂଚନା ଦେଇଛି।

ସୋମବାର ଅନୁଷ୍ଠିତ ବୈଠକରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ରୁଷର ଉକ୍ତ ପ୍ରସ୍ତାବକୁ ଖାରଜ କରିଦେଇଛି। ରୁଷର ପ୍ରସ୍ତାବକୁ କେବଳ ଦୁଇଟି ଦେଶ ସମର୍ଥନ କରିଥିବା ବେଳେ ୧୨ଟି ଦେଶ ଏଥିରୁ ବିରତ ରହିଥିଲେ। ଫଳରେ ଅନୁମୋଦନ ପାଇଁ ଆବଶ୍ୟକ ନଅ ଭୋଟ୍  ମିଳିନଥିଲା। ପ୍ରସ୍ତାବକୁ ରୁଷ, ଚୀନ ଏବଂ ବ୍ରାଜିଲ ସମର୍ଥନ ଦେଇଥିବା ବେଳେ ଅଲବାନିଆ, ବ୍ରିଟେନ୍, ଗେବାନ, ଘାନା ମାଲ୍ଟା, ମୋଜାମ୍ବିକ୍ୟୁ, ୟୁଏଇ, ଫ୍ରାନ୍ସ, ସ୍ଵିଜରଲାଣ୍ଡ, ଇକ୍ଵାଡୋର ଏବଂ ଜାପାନ ମତଦାନରୁ ଦୂରେଇ ରହିଥିଲେ।

ପ୍ରସ୍ତାବକୁ ବେଲାରୁସ, ଭେନେଜୁଏଲା, ଡିପିଆରକେ, ନିକାରାଗୁଆ, ସିରିୟା ଏବଂ ଇରିଟ୍ରିୟା ମଧ୍ୟ ସମର୍ଥନ ଜଣାଇଥିଲେ। ତେବେ ଏହି ଦେଶ ସୁରକ୍ଷା ପରିଷଦର ସଦସ୍ୟ ହୋଇନଥିବାରୁ ମତଦାନରେ ଅଂଶଗ୍ରହଣ କରି ପାରିନଥିଲେ। ଉଲ୍ଲେଖନୀୟ ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ଅତି କମରେ ୯ ସୁରକ୍ଷା ପରିଷଦ ସଦସ୍ୟଙ୍କ ସମର୍ଥନ ଦରକାର। ସ୍ଥାୟୀ ସଦସ୍ୟଙ୍କ ମଧ୍ୟରୁ ଯେ କେହି ବି ଭିଟୋ ପ୍ରୟୋଗ କରି ପାରିବେ। ମାତ୍ର ଏହା ତେବେ ସମ୍ଭବ  ଯେବେ ପ୍ରସ୍ତାବ ଗୃହୀତ ପାଇଁ ଆବଶ୍ୟକ ସଂଖ୍ୟକ ଭୋଟ୍ ମିଳିବ।

   Related Posts