scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଡୁଙ୍ଗୁରିପାଲି ଥାନାରେ ମେଗା ରକ୍ତଦାନ ଶିବିର, ରେକର୍ଡ ସଂଖ୍ୟକ ୫୩୩ ୟୁନିଟ ରକ୍ତ ସଂଗ୍ରହ

13/06/2023 at 4:50 PM

ସୁବର୍ଣ୍ଣପୁର ୧୩/୦୬: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ପରିସରରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଓ ଆରକ୍ଷୀ ଅଧ୍ୟକ୍ଷକ ଅମରେଶ ପଣ୍ଡା ଯୋଗ ଦେଇ ଉଦଘାଟନ କରିଥିଲେ ।

ଡୁଙ୍ଗୁରିପାଲି ଥାନା ଅଧିକାରୀ ସତ୍ୟନାରାୟଣ ପ୍ରଧାନ ଅଧ୍ୟକ୍ଷତାରେ ହୋଇଥିବା ସଚେତନତା ଶିବିରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁପର ଠେଲା,ବ୍ଲକ ଉପାଧ୍ୟକ୍ଷ ବେଲାର ସାହୁ ଓ ସମାଜସେବୀ ରମେଶ ପୁଜାରୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରକ୍ତଦାତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ବହୁ ସଂଖ୍ୟକ ସ୍ୱେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିବାକୁ ଆଗ୍ରହୀ ଥିବାବେଳେ ବୁର୍ଲା, ବରଗଡ଼, ବଲାଙ୍ଗୀର ଓ ସୁବର୍ଣ୍ଣପୁର ରକ୍ତଭଣ୍ଡାରର ଡାକ୍ତର ଓ କର୍ମଚାରୀ ମାନେ ରକ୍ତ ସଂଗ୍ରହ କରିଥିଲେ ।

ଏଥିରେ ମାରୱାଡି ୟୁମଞ୍ଚ, ସେବାଫାଉଣ୍ଡେସନ,ବଣିକସଙ୍ଘ, କୋଶଲ ସାମ୍ବାଦିକ ସଙ୍ଘ, ଜିଲ୍ଲା ଟ୍ରକ ମାଲିକ ସଂଘ ସମେତ ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିବିରରେ ରେକର୍ଡ ସଂଖ୍ୟାକ ୫୩୩ ୟୁନିଟ ରକ୍ତ ସଂଗୃହୀତ ହୋଇଛି ଡୁଙ୍ଗୁରିପାଲି ପୋଲିସର ଏଭଳି ମହାନୀୟ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରଯାଉଛି ।

   Related Posts