ବିଏସଏଫ ପକ୍ଷରୁ ରକ୍ତଦାନ ଶିବିର, ସଂଗ୍ରହ ହେଲା ୬୦ ୟୁନିଟ ରକ୍ତ
12/06/2023 at 9:13 PM

କୋରାପୁଟ, ୧୨/୦୬: ରକ୍ତଦାନ ମହତ ଦାନ ଏହି ନାରା ସହ କୋରାପୁଟର ବିଏସଏଫ ସେକ୍ଟର କ୍ୟାମ୍ପରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ସୋମବାର ବିଏସଏଫ୍ କ୍ୟାମ୍ପରେ ହୋଇଥିବା ଏହି ଏହି ରକ୍ତଦାନ ଶିବିରରୁ ୬୦ ୟୁନିଟ ରକ୍ତ ପ୍ରଦାନ କରିଛନ୍ତି ବିଏସଏଫ ଯବାନ।

ଏହି ରକ୍ତଦାନ ଶିବିରିରେ ଯୋଗଦେଇ କୋରାପୁଟ ବିଏସଏଫର ଡିଆଇଜି ଶୈଲେଶ କୁମାର କହିଛନ୍ତି ‘ରକ୍ତଦାନ ମହତ ଦାନ। ରକ୍ତ ଦାନ ଦ୍ବାରା ଅନ୍ୟର ଜୀବନ ରକ୍ଷା କରାଯାଇ ପାରିବ । ରକ୍ତ ଅଭାବରୁ କାହାକୁ ମରିବାକୁ ଦିଆଯିବ ନାହିଁ । ରକ୍ତ ଦେଇ ଜୀବନ ବଂଚାଇବା ଆମର ଧର୍ମ ଓ କର୍ତ୍ତବ୍ୟ ।’

ସେ ଆହୁରି କହିଛନ୍ତି ଦେଶର ସୁରକ୍ଷା ସହ ଦେଶର ପ୍ରତ୍ୟେକ ନାଗରିକଙ୍କ ସୁରକ୍ଷା ମଧ୍ୟ ଯବାନଙ୍କ ଦାୟିତ୍ବ। ଆଗକୁ ବିଶ୍ବ ରକ୍ତଦାନ ଦିବସ ପାଳନ କରାଯିବ । ତା’ ପୂର୍ବରୁ ରକ୍ତଦାନ ଶିବିର ଆୟୋଜନ କରି ଅନ୍ୟମାନଙ୍କୁ ରକ୍ତଦାନ କରିବା ନେଇ ଉତ୍ସାହ ସୃଷ୍ଟି କରିବା ବୋଲି କହିଛନ୍ତି ବିଏସଏଫ ଡିଆଇଜି। କୋରାପୁଟ ଶହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସପିଟାଲର ରକ୍ତଭଣ୍ଡାର ସଦସ୍ୟ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।
ଆହୁରି ପଢ଼ନ୍ତୁ: ୧୦ ଜିଲ୍ଲାର ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ୧୮୩.୮୧ କୋଟି, ମୁକ୍ତା ଯୋଜନାରେ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ