ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ରକ୍ତଦାନ ଶିବିର, ରାଜ୍ୟରୁ ରକ୍ତ ଅଭାବ ଦୂର ଲକ୍ଷ୍ୟ

Published By : Prameya-News7 Bureau | August 15, 2024 IST

କଟକ ୧୫।୦୮: କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନରେ ଆୟୋଜିତ ହୋଇଥିଲା ମେଗା ରକ୍ତଦାନ ଶିବିର। ଏହି ରକ୍ତଦାନ ଶିବିରରେ କର୍କଟ ପ୍ରତିଷ୍ଠାନର କାର୍ଯ୍ୟରତ ଡାକ୍ତର, ଅଧିକାରୀ, କର୍ମଚାରୀ ଓ ଅନ୍ୟମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ।

ରକ୍ତ ଅଭାବକୁ ଦୂର କରିବା ପାଇଁ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ପ୍ରତି ବର୍ଷ ରକ୍ତଦାନ ଶିବିର ଆୟୋଜନ କରିବା ଲକ୍ଷ୍ୟ ରଖିଛନ୍ତି ମେଡ଼ିକାଲ କର୍ତ୍ତୃପକ୍ଷ। ସେହିଭଳି କର୍କଟ ପ୍ରତିଷ୍ଠାନରେ ସବୁବେଳେ ରକ୍ତର ଆବଶ୍ୟକତା ରହିଛି । ଏଥିପାଇଁ ନିଜସ୍ଵ ରକ୍ତ ଭଣ୍ଡାର ତିଆରି କରିବା ପାଇଁ ମଧ୍ୟ ପ୍ରଚେଷ୍ଟା ଆରମ୍ଭ କରାଯାଏ । ହେଲେ ଚଳିତ ବର୍ଷ ଏହା କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି  ସେଠାକାର ଅଧିକାରୀ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.