oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର: ଭଞ୍ଜବିହାର କ୍ୟାମ୍ପସ୍‌ରେ ବାଘ ! ଭୟଭୀତ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକେ, ବନ ବିଭାଗର ପାଟ୍ରୋଲିଂ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୨୨ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଉଗ୍ରରୂପ ରୂପ ନେଲା ପାରିବାରିକ କଳହ, ଜୀବନ ହାରିଦେଲେ ଜିଲ୍ଲା ପରିଷଦ ସଭ୍ୟ
  • ||
  • ୫ ଦୋକାନ ଉପରେ ଚଢିଗଲା ସାର ବୋଝେଇ ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ୧୪ କର୍ମଚାରୀ
  • ||
  • ପୂଜାରେ ଭିଜିବ ପାର୍ବଣ, ଲଘୁଚାପ ପ୍ରଭାବରେ ୨୬ରୁ ୨୯ ଯାଏ ନିର୍ଦ୍ଧୁମ ଛେଚିବ
  • ||

ଆଇଟିଇଆରରେ ରକ୍ତଦାନ ଶିବିର ଅନୁଷ୍ଠିତ, ଉଦ୍‌ଘାଟନ କଲେ ପୋଲିସ୍‌ କମିଶନର୍‌

29/12/2021 at 7:37 PM

ଭୁବନେଶ୍ୱର, ୨୯/୧୨: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ କମିଶନରେଟ୍ ପୋଲିସ୍‌ର ମିଳିତ ସହଭାଗିତାରେ ବୁଧବାର ଦିନ ସୋଆର ଫ୍ୟାକଲ୍ଟି ଅଫ୍ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଆଇଟିଇଆର୍‌) ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।  ଏହି ରକ୍ତଦାନ ଶିବିରକୁ ପୋଲିସ କମିଶନର ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନ ସମୟରେ ସୋଆ କୁଳପତି ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର, ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଆଇଟିଇଆର୍‌ର ନିର୍ଦ୍ଦେଶକ ପ୍ରଫେସର ମାନସ କୁମାର ମଲ୍ଲିକ ଏବଂ ଆଇଟିଇଆର୍ ଡିନ୍ ପ୍ରଫେସର ପି.କେ. ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଏହି ଅବସରରେ ଯୁବପିଢ଼ୀ ରକ୍ତଦାନ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିବା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ପୋଲିସ୍ କମିଶନର ଆହ୍ୱାନ ଦେଇଥିଲେ । ସେହିପରି ରକ୍ତଦାନ ମହତଦାନ ତେଣୁ ଏହି ପୂଣ୍ୟ କାର୍ଯ୍ୟରେ ଛାତ୍ରଛାତ୍ରୀମାନେ ଅଧିକ ମାତ୍ରାରେ ସାମିଲ ହୁଅନ୍ତୁ ବୋଲି କହିଥିଲେ ସୋଆ କୁଳପତି ପ୍ରଫେସର ମହାପାତ୍ର । ଏହି ଶିବିରରେ ସୋଆର ଛାତ୍ରଛାତ୍ରୀମାନେ ରକ୍ତଦାନ କରିଥିଲେ । ପ୍ରାୟ ୩୮୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଏହି ରକ୍ତଦାନ ଶିବିରରେ କ୍ୟାପିଟାଲ୍ ହସ୍ପିଟାଲ୍‌, ରେଡକ୍ରସ ଓ ବିଏମ୍‌ସି ସାମିଲ୍‌ ହୋଇଥିଲେ । ଏହି ଶିବିରକୁ ଆଇଟିଇଆର୍‌ର ଆସିଷ୍ଟାଂଟ ପ୍ରଫେସର ଡଃ ସତୀଶ କୁମାର ସାମଲ ପରିଚାଳନା କରିଥିଲେ ।

   Related Posts