ମହିଳାଙ୍କୁ ବିରଳ ବମ୍ବେ ଫେନୋଟାଇପ ରକ୍ତ ଦାନ କରି ମହାନତା ଦେଖାଇଲେ୨ ଯୁବକ

Published By : Prameya-News7 Bureau | October 11, 2020 IST

ଅନୁଗୁଳ ୧୧।୧୦: ମହିଳାଙ୍କୁ ବିରଳ ବମ୍ବେ ଫେନୋଟାଇପ ରକ୍ତ ଦାନ କରି ମହାନତା ଦେଖାଇଲେ୨ ଯୁବକ। ଶିଶୁ ଜନ୍ମ ପରେ ରକ୍ତ ହୀନତା ଯୋଗୁଁ ଜୀବନ ପ୍ରତି ବିପଦ ଥିଲା। ସୋସିଆଲ ମିଡିଆରେ ଖବର ଜାଣି ଭୁବନେଶ୍ୱରରୁ ଛୁଟି ଆସିଲେ ଦୁଇ ଯୁବକ।

ସୂଚନାନୁସାରେ, ପାଲଲହଡା ଅଞ୍ଚଳର ସସ୍ମିତା ସାମଲ ନାମକ ଜଣେ ମହିଳା ଏକ ଶିଶୁକୁ ଜନ୍ମ ଦେଇଥିଲେ। ଜନ୍ମଦେବା ପରେ  ବ୍ଳିଇଡିଂ ବନ୍ଦ ନ ହେବାରୁ ରକ୍ତର ଅଭାବ ଦେଖା ଯାଇଥିଲା। ଏଭଳି ଖବର ସୋସିଆଲ୍‌ ମିଡିଆରୁ ପାଇଥିଲେ ୨ଜଣ ଯୁବକ । ବିରଳ ବମ୍ବେ ଫେନୋଟାଇପ ରକ୍ତର ଆଵଶ୍ୟକତା ପଡିବାରୁ ବି ହ୍ୟୁମାନ ଗ୍ରୁପ ସୋସିଆଲ ମିଡିଆରେ ରକ୍ତ ଦାନ କରିବା ପାଇଁ ନିବେଦନ କରିଥିଲେ।

ସୋସିଆଲ ମିଡ଼ିଆ ଦେଖି ଭୁବନେଶ୍ବରର ଦୁଇ ଜଣ (ଦୁଲ୍ଲଭ କୁମାର ସାହୁ, ମାନସ ରଞ୍ଜନ ପ୍ରଧାନ) ତାଳଚେର ଆସି ରକ୍ତ ଦାନ କରି ମାନବିକତାର ମହାନତା ଦେଖାଇଛନ୍ତି। ତାଳଚେର ସଦର ହସ୍ପିଟାଲରେ ମହିଳାଙ୍କୁ ୨ଟି ଅତି ବିରଳ ବ୍ଲଡ଼ ଦାନ କରିଛନ୍ତି ଭୁବନେଶ୍ୱରର ଦୁଇଜଣ ସ୍ବେଚ୍ଛାସେବୀ। ମହିଳାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ରକ୍ତ ଦାନକରି ମହାନତା ଦେଖାଇ ଥିବାରୁ ତାଳଚେର ବହୁ ବିଶିଷ୍ଟ ବ୍ୟକ୍ତି ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.