ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ରକ୍ତ କର୍କଟ ପୀଡ଼ିତ ଭଗବାନ; ଚିକିତ୍ସା ପାଇଁ ଆଖିରୁ ଲୁହ ଝରାଉଛନ୍ତି ମାଆ  

Published By : Prameya-News7 Bureau | September 07, 2022 IST

ନିମାପଡ଼ା ୦୭/୦୯: ବାଡ଼ିଧରି ଛୋଟେଇ ଛୋଟେଇ ଚାଲୁଚି ମା। ତଥାପି ଆଖିରୁ ପୁଅ ପାଇଁ ଝରିପଡ଼ୁଛି ଲୁହ। କେମିତି ଚିକିତ୍ସା ହେବ ରକ୍ତକର୍କଟରେ ପୀଡିତ ରୋଜଗାରିଆ ପୁଅର। ମାକୁ ୬୭ ବର୍ଷ ହେଲାଣି କିନ୍ତୁ ଏଯାଏଁ ଭତ୍ତା ମିଳିପାରୁନାହିଁ। ୪୨ ବର୍ଷର ରୋଜଗାରିଆ ପୁଅ ଭଗବାନ ଦାସ। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଉଛୁପୁର ଗାଁରେ ତାଙ୍କ ଘର। ସେ ଦିନ ମଜୁରି କାମ କରି ଭଗବାନ। ସ୍ତ୍ରୀ ଆଉ ବୁଢ଼ୀମା ସହ ୨ ବଖରା ଆଜବେଷ୍ଟସ ଘରେ ସେ ରହନ୍ତି। ବାପା ୪ ବର୍ଷ ହେବ ଆରପାରିରେ। ତାଙ୍କ ସଂସାର ବେଶ ହସଖୁସିରେ ଚାଲିଥିଲା। ବର୍ଷେ ତଳେ ଭଗବାନଙ୍କୁ ଜ୍ୱର ହେଲା। ଗାଁ ପାଖ ଡାକ୍ତରଖାନରେ ଚିକିତ୍ସା ହେବା ପରେ ମଧ୍ୟ ତାଙ୍କ ଦେହ ଭଲ ହେଲାନି।

ପରେ ସେ ଭୁବନେଶ୍ୱରରେ ଚିକିତ୍ସିତ ହେଲେ।  ସେଠାରେ ପରୀକ୍ଷାରୁ ଜଣାପଡିଲା ତାଙ୍କୁ ରକ୍ତ କର୍କଟ ହୋଇଛି। ଚିକିତ୍ସା ହେଲା ତାଙ୍କ ରକ୍ତ ମଧ୍ୟ ପରିବର୍ତ୍ତନ କରାଗଲା। କେମୋ ଚିକିତ୍ସା ମଧ୍ୟ ହେଲା। ହେଲେ ଭୂମି ହୀନ ଭଗବାନଙ୍କ ଘରେ ଚିକିତ୍ସା ପାଇଁ ଆଉ ଅର୍ଥ ନାହିଁ। ।ଘରେ ଯାହା ଥିଲା ତାକୁ ବିକିଭାଙ୍ଗି  ଚକିତ୍ସା ଖର୍ଚ୍ଚରେ ଲଗାଇ ଦେଇଛନ୍ତି।

ସେପଟେ ପୁଅର ଚିକିତ୍ସା ପାଇଁ ମାଆ ବ୍ୟସ୍ତ ହୋଇ ଆଖିରୁ ଲୁହ ଝରାଉଛନ୍ତି। ପାଖରେ ଆଉ କିଛି ପଇସା ନାହିଁ ଭଗବାନଙ୍କୁ ଚିକିତ୍ସା କରାଇବା ପାଇଁ। ଯାହା ପାଖରେ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି। ଗାଁ ଲୋକମାନେ ମଧ୍ୟ   ସାହାଜ୍ୟ କରୁଛନ୍ତି କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ। ଶେଷରେ ଭଗବାନଙ୍କ ପରିବାର ସରକାରଙ୍କୁ ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବାକୁ ନିବେଦନ କରିଛନ୍ତି। ଏନେଇ ନିମାପଡା ବିଡ଼ିଓଙ୍କୁ ପଚାରିବାରୁ ସେ ଚିକିତ୍ସା ପାଇଁ ପଦକ୍ଷେପ ନେବେ ବୋଲି କହିଛନ୍ତି। କିନ୍ତୁ ଯଦି କେହି ସହୃଦୟ ବ୍ୟକ୍ତି କିମ୍ବା ସଙ୍ଗଠନ ଭଗବାନଙ୍କୁ ଚିକିତ୍ସାରେ ସାହାଜ୍ୟ କରିବା ପାଇଁ ଚାହୁଁଛନ୍ତି  ତାହେଲେ ତାଙ୍କୁ ଯୋଗାଯୋଗ କରନ୍ତୁ।

ଭଗବାନ ଦାସ (ମୋ: 8018152088 )

ଗ୍ରାମ ଉଛୁପୁର, ନିମାପଡା, ପୁରୀ

ବ୍ୟାଙ୍କ ଆକାଉଣ୍ଟ ନମ୍ୱର:~ 555510510002181 (ବ୍ୟାଙ୍କ ଅଫ ଇଣ୍ଡିଆ)

ଆଇଏଫଏସସି କୋଡ୍‌:~ BKID 0005555

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.