scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ରକ୍ତ ଭଣ୍ଡାର ଅନିୟମିତତା ଘଟଣାର ତଦନ୍ତ ରିପୋର୍ଟକୁ ଅଗ୍ରାହ୍ୟ

31/05/2018 at 6:20 AM

ତଦନ୍ତ ରୁପୋର୍ଟ ଅଗ୍ରାହ୍ୟ । ଜୟପୁର ରକ୍ତ ଭଣ୍ଡାର ଅନିୟମିତତା ଘଟଣାର ତଦନ୍ତ ରିପୋର୍ଟକୁ ଅଗ୍ରାହ୍ୟ କରିଛନ୍ତି କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ବ୍ଲଡ ବ୍ୟାଙ୍କ୍ ରେ କିଛି ଅନିୟମିତତା ନେଇ ଅଭିଯୋଗ ହୋଇଥିଲା । ତାର ବିସ୍ତୃତ ଖବର ପ୍ରସାରଣ କରିଥିଲା ନ୍ୟୁଜ୍ ସେଭେନ୍ । ତାହାପରେ ଜୟପୁର ବ୍ଲଡବ୍ୟାଙ୍କ୍ ଅନିୟମିତତା ଅଭିଯୋଗର ତଦନ୍ତ ଲାଗି ଜୟପୁର ଡାକ୍ତରଖାନା ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ତଦନ୍ତକାରୀ ଜୟପୁର ଡାକ୍ତରଖାନା ଅଧିକ୍ଷକ ତାଙ୍କ ତଦନ୍ତ ରିପୋର୍ଟ କୋରାପୁଟ ସିଡିଏମଓଙ୍କୁ ପ୍ରଦାନ କରିଛନ୍ତି । କିନ୍ତୁ ସିଡିଏମଓ ତାହାକୁ ଆଗ୍ରାହ୍ୟ କରି ବିସ୍ତୃତ ରିପୋର୍ଟ ଲାଗି ପୁଣିଥିରେ ଜୟପୁର ଡାକ୍ତର ଖାନା ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀଙ୍କୁ ରସିଦ ଦିଆଯାଉନଥିବା,ରକ୍ତ ୟୁନିଟ ପିଛା ଧାର୍ଯ୍ୟ ପରିମାଣରୁ ଅଧିକ ଅର୍ଥ ଦାବି କରାଯାଉଥିବା, ରକ୍ତଶିକୁଳି ଆକ୍ରାନ୍ତଙ୍କୁ ମାଗଣା ରକ୍ତ ଦିଆନଯିବା ଆଦି ପ୍ରସଙ୍ଗରେ ତଦନ୍ତ ରିପୋର୍ଟରେ ଯଥେଷ୍ଟ ତଥ୍ୟ ନଥିବା ଦର୍ଶାଇ ସବିସ୍ତୃତ ତଦନ୍ତ ରେପୋର୍ଟ ଲାଗି ପୁଣିଥିରେ ନିର୍ଦ୍ଦେଶ ଦେଇଛନ୍ତି କୋରାପୁଟ ସିଡିଏମଓ ।

Leave a Reply

   Related Posts