ରକ୍ତଦାତାଙ୍କ ଜୀବନ ସହ ଖେଳ, ଦିଆଯାଉଛି ଏକ୍ସପାଏରି କେକ୍

Published By : Prameya-News7 Bureau | January 03, 2023 IST

କୋରାପୁଟ ୦୩/୦୧: କୋରାପୁଟ ରକ୍ତ ଭଣ୍ଡାରରେ ଜୀବନ ସହ ଖେଳ । ରକ୍ତଦାତାଙ୍କୁ ଦିଆଯାଉଛି ରିଫ୍ରେସମେଣ୍ଟ ଭାବେ ଏକ୍ସପାଏରି କେକ । ଏଭଳି କିଛି ସାଙ୍ଘାତିକ ତଥ୍ୟ ଏବେ ପଦାକୁ ଆସିଛି ।

ରକ୍ତ ଭଣ୍ଡାରରେ ଏକ୍ସପାଏରି କେକ୍ ଦିଆଯାଉଥିବା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ କରିଛନ୍ତି କୋରାପୁଟର କିଛି ସମାଜସେବୀ । ଭିଡ଼ିଓ ଭାଇରାଲ ପରେ ଏବେ ରକ୍ତଦାତାଙ୍କ ମନରେ ଭୟ ସୃଷ୍ଟି ହୋଇଛି । କୋରାପୁଟ ରକ୍ତଭଣ୍ଡାର ବିଭିନ୍ନ ସମୟରେ ବିବାଦ ଘେରରେ ରହୁଥିବା ବେଳେ କର୍ମଚାରୀଙ୍କ ଏଭଳି ସାଙ୍ଘାତିକ ତୃଟି ଯୋଗୁଁ ପୁଣି ବିବାଦ ଘେରକୁ ଆସିଛି । କୋରାପୁଟ ଆଦିବାସୀ ଅଞ୍ଚଳରେ କର୍ମଚାରୀଙ୍କ ଖାମଖିଆଲି କାର୍ଯ୍ୟ ଯୋଗୁଁ ଜଣେ ରକ୍ତଦାତା ଦଣ୍ଡ ଭୋଗିବେ ।

ତେଣୁ ଉକ୍ତ ଘଟଣାରେ ଜିଲ୍ଲା ପ୍ରଶାସନ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କୋରାପୁଟ ବ୍ଳଡ ଡୋନର ଆସୋସିଏସନ୍ ର ସମ୍ପାଦକ । ଅନ୍ୟପଟେ ଏହି ଘଟଣାକୁ ଲୋକଲୋଚନକୁ ନ‌ଆଣିବାକୁ ମେସେଜ ମାଧ୍ୟମରେ ସମାଜସେବୀଙ୍କୁ ନିବେଦନ ମଧ୍ୟ କରିଛନ୍ତି ରକ୍ତଭଣ୍ଡାର କର୍ତ୍ତୃପକ୍ଷ । ଏଭଳି ଘଟଣାକୁ ସାଧାରଣରେ ନିନ୍ଦା କରିବା ସହ ଜୀବନ ସହ ନଖେଳିବାକୁ ନିବେଦନ କରିଛନ୍ତି ଜନସାଧାରଣ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.