ସରି ଆସୁଛି ପୁରୁଣାବର୍ଷ: ଆରମ୍ଭ ହୋଇଯିବ ନ୍ୟୁୟର ସେଲିବ୍ରେସନ, ରାଜଧାନୀରେ ଚେକିଂ, ବ୍ଲକିଂ ଜୋରଦାର

Published By : Prameya-News7 Bureau | December 31, 2022 IST

ଭୁବନେଶ୍ୱର ୩୧/୧୨: ଆଉ କେଇ ଘଣ୍ଟାର ଅପେକ୍ଷା । ରାଜଧାନୀରେ ଆରମ୍ଭ ହେଇଯିବ ନୂଆ ବର୍ଷର ସେଲିବ୍ରେସନ । ସେପଟେ ହକି ମହାକୁମ୍ଭ ପାଇଁ ପ୍ରସ୍ତୁତ ହେଉଛି ରାଜଧାନୀ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା କରିବାକୁ କମିଶନରେଟ ପୋଲିସ ପ୍ରସ୍ତୁତ । ସାରା ରାତି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀକୁ ପ୍ରବେଶ କରୁଥିବା ସ୍ଥାନ ମାନଙ୍କରେ ବ୍ଲକିଂ ଚେକିଂ କୁ କଡାକଡି କରାଯାଇଛି ।

ଖଣ୍ଡଗିରି, ନନ୍ଦନକାନନ , ରସୁଲଗଡ ଓ ରବି ଟକିଜ୍ ଛକରେ ପୋଲିସ ଚେକିଂ କୁ ଜୋରଦାର କରିଛି । ମଦ୍ୟପାନ କରି ଗାଡି ଚାଳନା ଏବଂ ଦ୍ରୁତ ଗତିରେ ଗାଡି ଚାଳନା ଉପରେ ଅନ୍ ଦି ସ୍ପଟ୍ ଫାଇନ କରାଯାଉଛି । ସେହିଭଳି ପ୍ରତି ହୋଟେଲ ଗୁଡିକରେ ମଧ୍ୟ ଯାଞ୍ଚ ପ୍ରକ୍ରିୟା ଜୋରଦାର କରାଯାଇଛି । କମିଶନରେଟ ପୋଲିସର ପିଓପିଡି ଓ ଟିମ୍ 60 କୁ ଏହି ବୁକିଂ ଚେକିଂ ରେ ସାମିଲ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.