ଭୁବନେଶ୍ୱର ୦୩।୦୩ : ରାଜଧାନୀରେ ବ୍ଲକିଂ-ଚେକିଂ ଜୋରଦାର । ଆଚାର୍ଯ୍ୟ ବିହାର ଛକରେ ବଡ ଧରଣର ଚେକିଂ କରିଛି କମିଶନରେଟ୍ ପୋଲିସ । ମଦ୍ୟପ ଚାଳକଙ୍କ ଉପରେ ହେଲା ସ୍ପଟ୍ ଆକ୍ସନ।
ଖବର ଅନୁଯାୟୀ, ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୁଲିସ ପକ୍ଷରୁ ହୋଇଛି ଜୋରଦାର ବ୍ଲକିଂଚେକିଂ । ସନ୍ଧ୍ୟାରୁ ଭୋର୍ ସମୟ ପର୍ଯ୍ୟନ୍ତ ରାଜଧାନୀର ବିଭିନ୍ନ ଟ୍ରାଫିକ ଛକ ବିଶେଷ କରି ଆଚାର୍ଯ୍ୟ ବିହାରରେ ଚାଲିଥିବା ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ ଧରାପଡ଼ିଥିଲେ ଏକାଧିକ ମଦ୍ୟପ ଚାଳକ। ଟୁଇନ୍ ସିଟି ପୁଲିସ୍ କମିଶନର, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି , ଟ୍ରାଫିକ ଏସିପି, ଟ୍ରାଫିକ ଆଇଆଇସି, ସହିଦ୍ ନଗର ଥାନା ଆଇଆଇସି ସମେତ ବହୁ ପୁଲିସ୍ କର୍ମୀ ଓ ଫୋର୍ସ ବ୍ଲକିଂ-ଚେକିଂରେ ସାମିଲ ଥିଲେ।
wp:embed {"url":"https://www.prameyanews7.com/four-injured-in-road-accident-at-cuttack-area/","type":"wp-embed","providerNameSlug":"prameya-news-7"}ବ୍ରିଥ୍ ଅନାଲାଇସର୍ ଟେଷ୍ଟ ଦ୍ଵାରା ମଦ୍ୟପ ଚାଳକଙ୍କୁ ଚିହ୍ନଟ କରାଯାଇଥିଲା। ମଦ୍ୟପାନ କରି ଗାଡ଼ି ଚଳାଉଥିବା ୧୦ରୁ ଅଧିକ ଚାଳକଙ୍କ ଠାରୁ ପ୍ରଥମେ ଫାଇନ କରାଯାଇଥିବା ବେଳେ ପରେ ଗାଡ଼ି ସିଜ୍ ସହ ମାମଲା ରୁଜ୍ଜୁ କରାଯାଇଛି। ରାସ୍ତାରେ ଡ୍ରଙ୍କେନ୍ ଡ୍ରାଇଭ୍ କରି ଦୁର୍ଘଟଣାରେ ଧନ ଜୀବନ ହାନି ରୋକିବାକୁ କଡା ଆଭିମୁଖ୍ୟ ନେଇଛି ପୁଲିସ୍।
wp:embed {"url":"https://www.prameyanews7.com/mi-beat-rcb-by-7-wickets-to-go-top-in-points-table/","type":"wp-embed","providerNameSlug":"prameya-news-7"}