ଗଳା ପୋଲ ତିଆରି ଦାବିରେ ଆନ୍ଦୋଳନ ସହ ୫୩ ନଂ ଜାତୀୟ ରାଜପଥ ଅବରୋଧ

Published By : Prameya-News7 Bureau | November 25, 2022 IST

ଚଣ୍ଡିଖୋଲ ୨୫/୧୧: ଗଳାପୋଲ କରିବା ଦାବିରେ ଜାତୀୟ ରାଜପଥ ଅବରୋଧ। ଯାଜପୁର ଜିଲ୍ଲା  ୫୩ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ବ୍ଲକ ପାଖର ଛକ ପାଖରେ ଗଳାପୋଲ ଦାବୀରେ ସ୍ଥାନୀୟ ଲୋକମାନେ ଗଣଧାରଣା ଦିଆଯାଇଛି। ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲରୁ କଳିଙ୍ଗନଗର ପର୍ଯ୍ୟନ୍ତ ରାସ୍ତା ସାମ୍ପ୍ରସରଣ କାର୍ଯ୍ୟ ଜାରି ରହିଥିବା ବେଳେ ପାଖର ଛକରେ ଗଳାପୋଲ ତିଆରି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

{"id":713760,"width":494,"height":272,"sizeSlug":"full","linkDestination":"none"}

ଗଳାପୋଲ ନଥିବାରୁ ପାଖର ସହ ସ୍ଥାନୀୟ ସ୍କୁଲ କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ଲୋକମାନେ ରାସ୍ତା ପାରିହେବାକୁ ନାନା ସମସ୍ୟାର ସାମ୍ନାକରୁଛନ୍ତି। ସେଥିପାଇଁ ଗଳାପୋଲ ତିଆରି କରିବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି। ଏହି ଗଣଧାରଣାରେ ବିଭିନ୍ନ ପଞ୍ଚାୟତର ଲୋକମାନେ ସାମିଲ ହୋଇଛନ୍ତି। ଏନେଇ ପୂର୍ବରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ପାଖେ ଅଭିଯୋଗ କରାଯାଇ ଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ବୋଲି ଧାରଣାରତ ଲୋକମାନେ କହିଛନ୍ତି। ଆଗାମୀ ଦିନରେ ଗଳାପୋଲ ତିଆରି  ନହେଲେ ଜୋରଦାର ଆନ୍ଦୋଳନ ହେବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।

{"id":713761,"width":488,"height":268,"sizeSlug":"full","linkDestination":"none"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.