ଲାଇସେନ୍ସ ନବୀକରଣ ପାଇଁ ୫୦୦ ଟଙ୍କା ଲାଞ୍ଚ ନେଉଥିଲେ ବ୍ଲକ ଯୋଗାଣ ଅଧିକାରୀ, ଭାଇରାଲ ହେଲା ଭିଡିଓ

Published By : Prameya-News7 Bureau | March 18, 2025 IST

ବ୍ରହ୍ମପୁର: ‘ଏତିକିରେ ହେବନି, ଆହୁରି ଅଧିକ ଦିଅ’... ଭାଇରାଲ ହେଉଥିବା ଏକ ଭିଡିଓରେ ଏଭଳି କହି ଲାଞ୍ଚ ମାଗୁଥିବା ବ୍ୟକ୍ତି ହେଉଛନ୍ତି ଜଣେ ବ୍ଲକ୍ ଯୋଗାଣ ଅଧିକାରୀ । ଲାଇସେନ୍ସ ନବୀକରଣ ପାଇଁ ମାଗୁଛନ୍ତି ୫୦୦ ଟଙ୍କା ଲାଞ୍ଚ। ଆଉ ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। 

ଭାଇରାଲ ଭିଡିଓର ଯାଞ୍ଚରୁ ଜଣାପଡ଼ିଛି, ବ୍ୟକ୍ତି ଜଣକ ପାତ୍ରପୁର ବ୍ଲକ ଯୋଗାଣ ଅଧିକାରୀ। ଅବଶ୍ୟ ଭିଡିଓ ପ୍ରସଙ୍ଗରେ ବ୍ଲକ୍ ଯୋଗାଣ ଅଧିକାରୀ ତଥା ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପ୍ରଶ୍ନ କରାଯାଇଥିଲେବି, ସେମାନେ ଏହାକୁ ନେଇ ମୁହଁ ଖୋଲି ନାହାନ୍ତି। 

ସେପଟେ କିନ୍ତୁ ବ୍ରହ୍ମପୁର ଉପଜିଲ୍ଲାପାଳ ଭିଡିଓର ସତ୍ୟାସତ୍ୟ ଯାଞ୍ଚ ପାଇଁ ଏକ ୪ ଜଣିଆ ସ୍ୱତନ୍ତ୍ର କମିଟି ଗଠନ କରିଛନ୍ତି। ଏହି ଟିମ୍ ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବେ। ଆଉ ରିପୋର୍ଟ ମିଳିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଉପ ଜିଲ୍ଲାପାଳ ଦୀନା ଦସ୍ତଗୀର ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.