ସାଲେପୁର: ଲାଞ୍ଚ ନେବା ବେଳେ ଧରାପଡ଼ିଲେ ବ୍ଲକ ସହକାରୀ ଯନ୍ତ୍ରୀ । ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସାଲେପୁର ବ୍ଳକ୍ ସହକାରୀ ଯନ୍ତ୍ରୀ ବିଭୂତି ଭୂଷଣ ନାୟକ।
ସୂଚନା ଅନୁଯାୟୀ, ବ୍ଲକ ଅନ୍ତର୍ଗତ ତରିତୋ ପଞ୍ଚାୟତ ନିର୍ମାଣ ହୋଇଥିବା ଏକ ରାସ୍ତା କାମର ବିଲ୍ କରାଇଦେବା ପାଇଁ ସହକାରୀ ଯନ୍ତ୍ରୀ ଠିକାଦାରଙ୍କ ଠାରୁ ନିଜ କାର୍ଯ୍ୟାଳୟରେ ୪୦ ହଜାର ଟଙ୍କା ନେଉଥିଲେ। ଆଉ ଏହି ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇରହିଥିବା ଭିଜିଲାନ୍ସ ବିଭାଗର ସାତଜଣିଆ ଟିମ୍ ତାଙ୍କୁ ଧରିଥିଲା।
ତେବେ ତାଙ୍କୁ ଗିରଫ ପରେ କାର୍ଯ୍ୟାଳୟକୁ ନିଆଯାଇ ଅଧିକ ତଦନ୍ତ ଜାରି ରଖିଛି ଭିଜିଲାନ୍ସ।
ଆହୁରି ପଢ଼ନ୍ତୁ: ଲାଞ୍ଚ ନେଇ ଗିରଫ ହେଲେ ମତ୍ସ୍ୟ ଅଧିକାରୀ, ୨୦ ହଜାର ନେଉଥିବାବେଳେ ଧରିଲା ଭିଜିଲାନ୍ସ