ଆଉ ଏକ ଯୁଦ୍ଧ ? ଇରାନ ସହ ତିକ୍ତତା ଭିତରେ ଇସ୍ରାଏଲକୁ ଆମେରିକାର ଖୋଲା ସମର୍ଥନ

Published By : Prameya-News7 Bureau | December 05, 2022 IST

ନୂଆଦିଲ୍ଲୀ: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହାରି ଭିତରେ ବିଭିନ୍ନ ରିପୋର୍ଟରେ ଆଉ ଏକ ଯୁଦ୍ଧ କଥା ଦାବି କରାଯାଉଛି । ଇରାନ ସହ ଆମେରିକା ଏବଂ ଇସ୍ରାଏଲ ମୁହାଁମୁହଁ ଯୋଗୁଁ ଏହି ଯୁଦ୍ଧ ହୋଇପାରେ ବୋଲି କୁହାଯାଉଛି । ଆମେରିକାର ବିଦେଶ ମନ୍ତ୍ରୀ ଆଣ୍ଟୋନୀ ବ୍ଲିଙ୍କେନ ରବିବାର କହିଛନ୍ତି, ନବନିର୍ବାଚିତ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ମତଭେଦ ସତ୍ତ୍ୱେ ଆମେରିକା, ଇସ୍ରାଏଲକୁ ସମର୍ଥନ କରିବାରେ ପଛକୁ ହଟିବ ନାହିଁ । ଲେଫ୍ଟ ସମର୍ଥିତ ଏକ ଗୋଷ୍ଠୀକୁ ବୟାନ ଦେଇ ବ୍ଲିଙ୍କେନ କହିଛନ୍ତି ଯେ କିଛି ଦକ୍ଷିଣପନ୍ଥୀ ଫିଲିସ୍ତିନୀ ଏବଂ ଇରାନ ପ୍ରତି ଅଧିକ ସହାନୁଭୂତି ରଖୁଛନ୍ତି ।

ସେ କହିଛନ୍ତି, 'ଆମେରିକା, ଇସ୍ରାଏଲର ପ୍ରକୃତ ବନ୍ଧୁ ହୋଇ ରହିବ...ଯଦିଓ ନେତାନ୍ୟାହୁ ବିରୋଧ କରୁଥିବା ପ୍ରସଙ୍ଗ ଗୁଡିକରେ ଆମେ ସମାଧାନ ଚାହୁଁଛି, ଯେପରି ଇସ୍ରାଏଇ-ଫିଲିସ୍ତିନୀଙ୍କ ମଧ୍ୟରେ ସମାଧାନ ଏବଂ ୨୦୧୫ରୁ ବନ୍ଦ ପଡିଥିବା ଇରାନ ପରମାଣୁ ବୁଝାମଣା ପୁଣି ଲାଗୁ କରିବା'।

ଉଲ୍ଲେଖଯୋଗ୍ୟ ଯେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ କଟ୍ଟର ଶତ୍ରୁତା ରହିଛି । ଆମେରିକା ଏବଂ ଇରାନ ମଧ୍ୟରେ ଶତ୍ରୁତା ମଧ୍ୟ କାହାକୁ ଅଛପା ନାହିଁ । ଏପରି ସ୍ଥିତିରେ ଆମେରିକା ସବୁ ଦିଗରୁ ଇସ୍ରାଏଲକୁ ସମର୍ଥନ କରୁଛି । ୟୁକ୍ରେନ ଯୁଦ୍ଧରେ ମଧ୍ୟ ଇରାନ ରୁଷର ସମର୍ଥନ କରୁଛି ଏବଂ ଘାତକ ଡ୍ରୋନ ଯୋଗାଉଛି । ଅନ୍ୟପଟେ ଇସ୍ରାଏଲ ଏହାକୁ କାଉଣ୍ଟର କରିବା ପାଇଁ ୟୁକ୍ରେନକୁ ସମର୍ଥନ କରୁଛି ।

ତେବେ ଦୁଇ ଦେଶ ମଧ୍ୟରେ ଶତ୍ରୁତା ପଛରେ ତିନୋଟି ମୁଖ୍ୟ କାରଣ ରହିଛି । ପ୍ରଥମରେ ପରମାଣୁ ଚୁକ୍ତିରେ ବିଫଳତା । ଦ୍ୱିତୀୟରେ ରୁଷ ସେନାକୁ ଇରାନ ଡ୍ରୋନ ଯୋଗାଣ। ତୃତୀୟରେ ହିଜାବକୁ ନେଇ ଇରାନ ସରକାର ବିରୋଧରେ ଜାରି ସମର୍ଥନ । ଏହି ଆନ୍ଦୋଳନରେ ଶହ ଶହ ଲୋକଙ୍କ ଜୀବନ ଯାଇସାରିଛି । ଅନ୍ୟପଟେ ଏହି ଆନ୍ଦୋଳନ ପଛରେ ଆମେରିକା ଏବଂ ଇସ୍ରାଏଲ ଥିବା ଇରାନ ଦାବି କରୁଛି ।     

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.