ଏସ୍.ଜୟଶଙ୍କରଙ୍କୁ ଭେଟିଲେ ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍, ଭାରତୀୟ ଗଣତନ୍ତ୍ରର କଲେ ଉଚ୍ଚ ପ୍ରଶଂସା, QUAD ନେଇ ଜାଣନ୍ତୁ କହିଲେ କ’ଣ?

Published By : Prameya-News7 Bureau | July 28, 2021 IST

ନୂଆଦିଲ୍ଲୀ ୨୮।୭: ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍‌ ଏଣ୍ଟନୀ ବ୍ଲିଙ୍କନ୍‌ ଗୁରୁବାର ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନାରେ ଆଫଗାନିସ୍ତାନରେ ବଦଳୁଥିବା ସୁରକ୍ଷା ପରିଦୃଶ୍ୟ ସମେତ ହୀନ୍ଦ-ପ୍ରଶାନ୍ତ କ୍ଷେତ୍ରରେ ଭାଗିଦାରୀ ଓ କୋଭିଡ-୧୯ ମୁକାବିଲାରେ ପାରସ୍ପରିକ ସହଯୋଗ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ସକ୍ଷାତ ଆଲୋଚନା ପରେ ବ୍ଲିଙ୍କନ ଓ ଜୟଶଙ୍କର ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିବା ବେଳେ ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆମେରିକା ସେକ୍ରେଟାରୀ ଅଫ ଷ୍ଟେଟ୍‌ ଉଚ୍ଚ ପ୍ରଶଂସା କରିଛନ୍ତି।

ଜୟଶଙ୍କର କହିଛନ୍ତି ଯେ ସ୍ୱାଧୀନତାର ଅର୍ଥ ସ୍ୱେଚ୍ଛାଚାର ନୁହେଁ ଏହା ଆମକୁ ବୁଝିବାକୁ ହେବ। ସେହିପରି ବ୍ଲିଙ୍କନ ଆମମାନଙ୍କ ସମ୍ବିଧାନରେ ଯାହା ବି କିଛି ଅଛି ତାହା ସବୁ ପରଫେକ୍ଟ ନୁହେଁ। ଏଥିରେ ଆମେ ପରସ୍ପରକୁ ଦେଖି ଶିଖିବାକୁ ମଧ୍ୟ ହେଉଛି ବୋଲି କହିଛନ୍ତି। ବହୂଳତାବାଦ ସମାଜ ବ୍ୟବସ୍ଥାରେ ଗଣତନ୍ତ୍ର ପ୍ରତି ଭାରତୀୟଙ୍କ ସମର୍ପଣ ଭାବନା ଓ ମାନବାଧିକାର ପ୍ରତି ସମ୍ବେଦନଶୀଳତା ବାସ୍ତବିକ ପ୍ରଣିଧାନ ଯୋଗ୍ୟ ବୋଲି କହିଛନ୍ତି।

{"id":487161,"width":837,"height":471,"sizeSlug":"large","linkDestination":"none"}

କ୍ୱାଡ ସମ୍ପର୍କରେ ସୂଚିତ କରି ବ୍ଲିଙ୍କନ କହିଛନ୍ତି ଯେ ଏହା ଏକ ଅସାମରିକ ମେଣ୍ଟ। ଏହା ସହ ଭାରତୀୟ ଦର୍ଶନକୁ ସାମିଲ କରି ଚୀନ୍‌ର ନାମ ନନେଇ କେଛି ଦେଶ ଏହାକୁ ଏବେ ଭିନ୍ନ ନଜରରେ ଦେଖୁଥିବା କହିଛନ୍ତି। ତେବେ ସେମାନଙ୍କୁ ବୁଝିବାକୁ ହେବ ଯେ ଏହି ଦେଶମାନେ କାହା ବିରୋଧରେ ଏକଜୁଟ ହୋଇନାହାନ୍ତି।  ସେମାନେ ନିଜନିଜ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଗୋଟିଏ ଗୋଷ୍ଠୀମାତ୍ର କରିଛନ୍ତି ବୋଲି ବ୍ଲିଙ୍କନ କହିଛନ୍ତି।

ଏହି ଅବସରରେ ବ୍ଲିଙ୍କନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ୨୦୦୬ ଭାରତ ଗସ୍ତର ସ୍ମୃତିଚାରଣ କରିଥିଲେ। ସେତେବେଳେ ବାଇଡେନ ଜଣେ ସିନେଟର ଭାବେ ଭାରତ ଗସ୍ତ କରିଥିଲେ। ସେ ଏବେ ଦେଶର ରାଷ୍ଟ୍ରପତି ହୋଇଛନ୍ତି। ସେ ଚାହୁଁଥିଲେ ୨୦୨୦ ବେଳକୁ ଭାରତ-ଆମେରିକା ସମ୍ପର୍କ ମଜଭୁତ ହେଉ। ଏବେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରୁଛି, ହେଲେ ସେଠାରୁ ସମ୍ପୂର୍ଣ୍ଣ ହଟି ଯାଉଛି ବୋଲି ଭାବିବା ଭୁଲ। ଆଫଗାନିସ୍ତାନର ବିକାଶ ଓ ପୁନନିର୍ମାଣ ଲାଗି କୁଟନୈତିକ ସ୍ତରରେ ଆମେ ଆଲୋଚନା ଜାରି ରଖିଛୁ ବୋଲି ବ୍ଲିଙ୍କନ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.