ଅଟୋରେ ଯାତ୍ରା କଲେ ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍,ଭିଡିଓ ଭାଇରାଲ…
4/03/2023 at 2:31 PM

ନୂଆଦିଲ୍ଲୀ ୦୪/୦୩: ଦିଲ୍ଲୀରେ ପିଙ୍କ୍ ଅଟୋରେ ବୁଲିଲେ ବ୍ଲିଙ୍କେନ୍ । ଜି-୨୦ ସମ୍ମିଳନୀରେ ଯୋଗଦେବାକୁ ଭାରତ ଆସିଥିବା ଆମେରିକାର ବିଦେଶମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ୍ ନୂଆଦିଲ୍ଲୀରେ ଏକ ଅଟୋରିକ୍ସାରେ ବୁଲୁଥିବା ଦେଖିବାକୁ ମିଳିଛି।
ସଭାରେ ଭାଗ ନେବାକୁ ସେ ଅଟୋରୁ ଓହ୍ଲାଇଥିଲେ । ଏ ସମ୍ପର୍କରେ ସେ ଏକ ଟୁଇଟ୍ ମଧ୍ୟ କରିଛନ୍ତି ଯେଉଁଥିରେ ସେ ଫଟୋ ସେୟାର କରିଛନ୍ତି । ଆମେରିକା-ଭାରତ ରଣନୀତିକ ଭାଗିଦାରୀକୁ ଆଗକୁ ନେବାରେ ସାହାଯ୍ୟ କରିଥିବାରୁ ଆମେରିକାର ଦୂତାବାସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବ୍ଲିଙ୍କେନ୍ ଧନ୍ୟବାଦ ଅର୍ପଣ କରିଛନ୍ତି ।
Who says official motorcades have to be boring? Watch @SecBlinken cruise in style with the longest-serving locally employed staff at the U.S. Embassy in New Delhi. Our famous #AutoGang 🛺 and their signature “autocade” followed close behind. What an entrance! pic.twitter.com/KbhZPybLy8
— U.S. Embassy India (@USAndIndia) March 3, 2023
ଶୁକ୍ରବାର ସେ କ୍ୱାଡ୍ ମନ୍ତ୍ରୀମାନଙ୍କ ବୈଠକରେ ସାମିଲ ହୋଇଥିଲେ। ଭାରତ-ଆମେରିକା ମଧ୍ୟରେ ସହଯୋଗିତା ବଢିଥିବା ନେଇ ଏକାଧିକ ଫଟୋ ଟୁଇଟ୍ କରିଛନ୍ତି । ଏଥିସହିତ ଆମେରିକା କନ୍ ସୁଲେଟ୍ ର ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଦୂତାବାସରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇ ଆଣ୍ଟୋନି କହିଛନ୍ତି, “ହାଇଦ୍ରାବାଦ, ମୁମ୍ବାଇ, କୋଲକାତା, ଚେନ୍ନାଇ ଏବଂ ଭାରତରେ ଥିବା ଆମେରିକୀୟ ଦୂତାବାସରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ସେମାନଙ୍କ ପରିବାର ଲୋକଙ୍କୁ ଭେଟି ବହୁତ ଭଲ ଲାଗିଲା।