ଦୃଷ୍ଟିହୀନଙ୍କ କାଳିଆ ଦର୍ଶନ ପାଇଁ ମନ, ଚାଲି ଚାଲି ଆସିଲେ ୬୦ କିଲୋମିଟର

Published By : Prameya-News7 Bureau | February 18, 2021 IST

ପୁରୀ ୧୮।୨: ଜନ୍ମରୁ ଦୃଷ୍ଟିହୀନ । ମହାପ୍ରଭୁ ସିନା ଦୁନିଆ ଦେଖିବାକୁ ସୁଯୋଗ ଦେଇନାହାନ୍ତି କିନ୍ତୁ ମହାପ୍ରଭୁଙ୍କ ପ୍ରତି ସେମାନଙ୍କର ରହିଛି ଅକୁଣ୍ଠ ଭକ୍ତଭାବ । ସେଥିପାଇଁ ଜନ୍ମରୁ ଦୃଷ୍ଟିଶକ୍ତି ହରାଇଥିଲେ ମଧ୍ୟ କାଳିଆର ଡ଼ୋରି ସେମାନଙ୍କୁ ଟାଣି ଆଣିଛି ଶ୍ରୀକ୍ଷେତ୍ରକୁ ।

{"id":410940,"sizeSlug":"large","linkDestination":"none"}

ଆମେ କହୁଛୁ ଭୁବନେଶ୍ବର ସତ୍ୟନଗର ନିକଟ ନବୀନ ବସ୍ତିରେ ରହୁଥିବା ପ୍ରଶାନ୍ତ ସାହୁ, ବଂଶୀଧର ପ୍ରଧାନ, ଅମର ପ୍ରଧାନ, ନରୋତ୍ତମ ଦାସ, ମଦନ ସୁନ୍ଦର ନାୟକ, ଅଶ୍ୱିନୀ ସାହୁ, ମଞ୍ଜୁଲତା ବେହେରାଙ୍କ କଥା । ଗତବର୍ଷ ସେମାନେ ଶ୍ରୀକ୍ଷେତ୍ର ଆସିବା ପାଇଁ ମନେ କରିଥିଲେ । କିନ୍ତୁ କରୋନା ମହାମାରୀ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ଶେଷରେ କାଳିଆର ଡ଼ୋରି ଲାଗିଲା । ୭ ଜଣ ଦୃଷ୍ଟିହୀନ ଏକାଠି ଭୁବନେଶ୍ୱରରୁ ଗତ ୧୬ ତାରିଖ ଶ୍ରୀପଞ୍ଚମୀ ରାତିରେ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିଲେ । ତେବେ ସେମାନଙ୍କ ମଧ୍ୟରୁ ୫ ଜଣ ବାଟବଣା ହୋଇଯାଇଥିଲେ । କେବଳ ଦୁଇ ଜଣ ପୁରୀରେ ପହଞ୍ଚି ସ୍ବେଚ୍ଛାସେବୀଙ୍କ ସହାୟତାରେ ଶ୍ରୀମନ୍ଦିର ଯାଇ ମନର ଚକ୍ଷୁରେ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ ।

{"id":410941,"sizeSlug":"large","linkDestination":"none"}

ବିଶ୍ବର କଲ୍ୟାଣ ପାଇଁ ପ୍ରତ୍ୟେକ ବର୍ଷ ଶ୍ରୀପଞ୍ଚମୀରେ କୌଣସି ଗାଡ଼ି, ଘୋଡ଼ା କିମ୍ବା ସାହାଯ୍ୟ ନୁହେଁ ବରଂ ୬୦ କି.ମି. ଚାଲି ଚାଲି ଶ୍ରୀକ୍ଷେତ୍ରରେ ପହଞ୍ଚିଥିବା କହିଛନ୍ତି ଏହି ଦୁଇବନ୍ଧୁ । ତେବେ ଏଥରକୁ ମିଶାଇ ୩ ଥର ସେମାନେ ଶ୍ରୀକ୍ଷେତ୍ର ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.