ଆସନ୍ତାକାଲି ଵାରଵାଟୀରେ ଖେଳାଯିଵ ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ର ମ୍ୟାଚ୍‌, ପିଚ୍‌ ଅନୁଧ୍ୟାନ କଲେ ଭାରତୀୟ ଦଳ

Published By : Prameya-News7 Bureau | December 12, 2022 IST

କଟକ, ୧୨।୧୨: ଆସନ୍ତାକାଲି ଵାରଵାଟୀରେ ଖେଳାଯିଵ ଦୃଷ୍ଟିହୀନ କ୍ରିକେଟ ଟି-ଟ୍ବେଣ୍ଟି ଵିଶ୍ବକପର ଭାରତ-ଵାଂଲାଦେଶ ମ୍ୟାଚ୍‌। ଏଥିପାଇଁ ଆଜି ଭାରତୀୟ ଟିମ୍ ଵାରଵାଟୀରେ ପହଞ୍ଚି ପିଚ୍ ଓ ଆଉଟ୍‌ ଫିଲ୍ଡ ଅନୁଧ୍ୟାନ କରିଛି। ଏହାପରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଦଳ ଵାଂଲାଦେଶ ମୁକାବିଲା ପାଇଁ ପୁରା ପ୍ରସ୍ତୁତ ଥିବା ଟିମ ପକ୍ଷରୁ କୁହାଯାଇଛି । ଦଳ ଏହି ପିଚରେ ଵିପୁଳ ସ୍କୋର କରିଵ ଵୋଲି କହିଛି । ଏହା ସହ ସାଧାରଣ କ୍ରିକେଟ ଟିମ୍ ଭଳି ଅତି ଉଚ୍ଚମାନର ଖେଳ ପ୍ରଦର୍ଶନ କରିଵ ଵୋଲି ଟିମ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଓଡିଶାର ନକୁଳ ଗଡନାୟକ ଭାରତୀୟ ଟିମରେ ସ୍ଥାନ ପାଇଛନ୍ତି ଓ ଆସନ୍ତାକାଲି ସେ ପ୍ଲେଇଂ ଇଲେଭେନରେ ରହିଵେ ଵୋଲି ଟିମ୍ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.