ଗୁଣି ଗାରେଡ଼ି ସନ୍ଦେହରେ ଗାଁରେ ଉତ୍ତେଜନା; ବିବାଦ ମେଣ୍ଟାଇଲା ପୋଲିସ
14/02/2023 at 7:40 PM

ସୋର ୧୪/୦୨: ଗୁଣି ଗାରେଡ଼ି ସନ୍ଦେହରେ ଗାଁରେ ଉତ୍ତେଜନା। ଏପରି ଅଘଟଣ ସୋର ଥାନା ଖରlସାପୁର ଶଙ୍କରପଦାରେ ଦେଖିବାକୁ ମିଳିଛି। ଗୁଣିଆ ସନ୍ଦେହରେ ତିନି ଭଉଣୀଙ୍କୁ ଗାଁ ଲୋକମାନେ ଅଟକ ରଖିଛନ୍ତି। ଗାଁର ଭରତ ମଲିକ ଅସୁସ୍ଥ ଥିବାରୁ ଖୁସି ଓ ତାଙ୍କ ୩ ଭଉଣୀଙ୍କୁ ଗାଁ ଲୋକ ସନ୍ଦେହରେ ଅଟକ ରଖିଛନ୍ତିl ଖବର ଅନୁସାରେ, ଖୁସିଙ୍କ ଘରୁ ହାଡ଼, ତ୍ରିଶୂଳ, ଗୁଣ ଗାରେଡ଼ି ସାମଗ୍ରୀ ମିଳିବା ଥିବାରୁ ତାଙ୍କ ପ୍ରତି ସନ୍ଦେହ ବଢ଼ିଥିଲା।

ଗାଁର ଶତାଧିକ ଲୋକ ଖୁସିଙ୍କ ଘର ଆଗରେ ରୁଣ୍ଡ ହୋଇ ତିନି ଭଉଣୀ ଥିବା ଘରକୁ ଭଙ୍ଗାରୁଜା କରିଛନ୍ତି।ଦୀର୍ଘ ଘଣ୍ଟlଏ ପର୍ଯ୍ୟନ୍ତ ଗାଁର ମହିଳାଙ୍କ ସହିତ ୩ଭଉଣୀ ମୁହାଁମୁହିଁ ହୋଇଥିଲେ। ଶେଷରେ ସୋର ଥାନାଧିକାରିଣୀ ସୁଜାତା ଖମାରୀ ପୋଲିକ ଫୋର୍ସ ନେଇ ଉତ୍ତେଜିତ ଲୋକଙ୍କ କବଳରୁ ତିନି ଭଉଣୀଙ୍କୁ ଉଦ୍ଧାର କରିଛନ୍ତି। ପରେ ସେଠାରେ ଉତ୍ୟକ୍ତ ଲୋକମାନଙ୍କୁ ପୋଲିସ ବୁଝାସୁଝା କରିଥିଲେ। ଅନ୍ୟପଟେ ଏକ ବୈଠକ ପରେ ଭରତଙ୍କୁ ଚିକିତ୍ସା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ପୋଲିସ।