ଦେବୀ ହେବା ବାହାନାରେ ୧୪/୧୫ ବର୍ଷର ଝିଅମାନଙ୍କୁ ୧୫ ଦିନ ଯାଏ କରାଯାଏ ବିବସ୍ତ୍ର, ପୂଜକ କେବଳ ଦେଖନ୍ତି ଏହି ଦେବୀବେଶର ସ୍ଵରୂପ

Published By : Prameya-News7 Bureau | December 17, 2018 IST

ଚେନ୍ନାଇ ୧୭|୧୨: ଆଜିଯାଏଁ ବି ଅନେକ ଜାଗାରେ କୁସଂସ୍କାର ଓ ଅନ୍ଧବିଶ୍ଵାସ ରହିଛି । କିଛି ଲୋକ ଏହାକୁ ସାମାଜିକ ନିୟମବୋଲି ଧରିନେଇଛନ୍ତି ।ବିଭିନ୍ନ ପରଂପରା ମଧ୍ୟ ଏହି ଅଂଧ ବିଶ୍ବାସ ଉପରେ ଆଧାରିତ ଏବଂ ନିର୍ଦ୍ଦିଷ୍ଟ ସଂପ୍ରଦାୟ ମଧ୍ୟରେ ପ୍ରଚଳିତ ହୋଇଆସୁଛି । ସଂପୃକ୍ତସମାଜର କିଛି ମୁଣ୍ଡିଆଳମାନେ ନିଜ ଦ୍ଵାରା  ନୀତି ନିୟମ  ତିଆରି କରି ଲୋକମାନଙ୍କୁ ପ୍ରଥାର ଆଳ ଦେଖାଇ ଚାଲିବାକୁବାଧ୍ୟ କରିଥାନ୍ତି ।  ସେହିଭଳି ଗୋଟିଏ ସଂପ୍ରଦାୟଅଛି, ଯେଉଁଠି ୧୪-୧୫ ବର୍ଷର ଝିଅ ମାନଙ୍କୁ ଦେବୀ ହେବା ବାହାନରେ ବିବସ୍ତ୍ର ହେବାକୁ ପଡ଼େ ।

ତାମିଲନାଡ଼ୁର ମୌଦୁରରେଏକ ମନ୍ଦିରରେ ଏହି ପ୍ରଥା ଚାଲୁଥବାର ଦେଖାଯାଇଛି । ଏହି ପ୍ରଥା ଅନୁସାରେ ୭ ଜଣ ଝିଅ ବିବସ୍ତ୍ର ହୋଇ୧୫ ଦିନ ଯାଏ ରହିବାର ପରମ୍ପରା ରହିଛି ।

 ପରମ୍ପରା ଅନୁସାରେ  ଏହି ଗାଁର ୧୪-୧୫ ବର୍ଷର ସମସ୍ତ ଝିଅମାନଙ୍କୁ ପୂଜକଙ୍କ ସାମନରେପ୍ୟାରେଡ଼ କରିବାକୁ କୁହାଯାଇଥାଏ । ସେମାନଙ୍କୁ ମଧ୍ୟରୁ ପୂଜକ ୭ଜଣଙ୍କୁ ନିର୍ବାଚିତ କରିଥାନ୍ତି ।ଯେଉଁମାନେ ନିର୍ବାଚିତ ହୁଅନ୍ତି, ସେମାନେ ସବୁଠୁ ଅଧିକ ଭାଗ୍ୟବାନ ବୋଲି ପରିଗଣିତ ହୁଅନ୍ତି ।

ନିର୍ବାଚିତ ହୋଇଥିବା୭ଜଣ ଝିଅଙ୍କୁ ୧୫ ଦିନ ଯାଏଁ ମନ୍ଦିରରେ ରହିବାକୁ ଦିଆଯାଏ । ଯେଉଁମାନେ କି ଦେବୀ ହେବା ପାଇଁ ଅଣ୍ଟାଉପରକୁ କୌଣସି ବସ୍ତ୍ର ପିନ୍ଧିବାକୁ ବାରଣ କରାଯାଇଥାଏ ।  ସେମାନଙ୍କର ଦେଖାଶୁଣା କେବଳ ପୂଜକ ହିଁ କରିପାରନ୍ତି ।  ନାବାଳିକାଙ୍କ ଦେବୀବେଶ ଅନ୍ୟ କାହାକୁ ଦର୍ଶନ ପାଇଁ ଅନୁମତିଦିଆଯାଇ ନ ଥାଏ ।

ଏହିଭଳି ପରମ୍ପରା ଆଜିଯାଏଁ ବି ତାମିଲନାଡ଼ୁରେ ବଂଚିରହିଛି । ଏହି ପରମ୍ପରାକୁ ସେଠାକାର ଲୋକେ ମଧ୍ୟ ଛାଡ଼ିବାକୁ ନାରାଜ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.