ପୋଖରାନରେ ୮ଟି ବିସ୍ଫୋରଣ , ଦୋହଲି ଗଲା ପାଖ ଆଖର ଅଞ୍ଚଳ - ପୁରୁଣା ଗୋଳା ବାରୁଦ ନଷ୍ଟ କରିଥିବା ସୂଚନା ଦେଲା ସେନା

Published By : Prameya-News7 Bureau | October 02, 2019 IST

ଜୟପୁର - ରାଜସ୍ଥାନର ଜଇସାଲମିର୍‌ର ପୋଖରାନ୍‌ରେ ମଙ୍ଗଳବାରେ ୮ଟି ବଡ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଯୋଗୁଁ ପାଖ ଆଖ ଅଞ୍ଚଳଥରି ଉଠିବା ସହ ଧୂଆଁ ଭର୍ତ୍ତି ହୋଇଯାଇଥିଲା । ମଙ୍ଗଳବାର ସନ୍ଧ୍ୟା ୬ଟା୩୦ରୁ ୭ଟା ୧୫ ମଧ୍ୟରେ ଏହା ଘଟିଥିଲା । ପ୍ରଥମେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇଯାଇଥିଲେ ।

ପରେ ଭାରତୀୟ ସେନା ପକ୍ଷରୁ ପୁରୁଣା ଗୋଳାବାରୁଦ ନଷ୍ଟ କରାଯାଇଥିବା ସୂଚନା ଦିଆଯାଇଛି । ନିୟମିତ ବ୍ୟବଧାନରେ ଏହା କରାଯାଇଥାଏ ଏଥିରେ ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି ସେନା ପକ୍ଷରୁ କୁହାଯାଇଛି । ପାକିସ୍ତାନ ସେନା ଭାରତ ଏକ ଥର୍ମମୋଲେକୁଲାର ପରମାଣୁ ବୋମା ପରୀକ୍ଷା କଥା ମିଛରେ ପ୍ରଚାର କରୁଥିବା ସାମ୍ନାକୁ ଆସିଛି ।

ପୋଖରାନ ନିକଟରେ ବସବାସ କରୁଥିବା ଲୋକମାନେ ଘରୁ ବାହାରକୁ ବାହାରି ଆସିଥିଲେ । ଘର ଦୋହଲି ଯିବା ସହ କେତକ ଘରର ଝରକା କାଚ ଭାଙ୍ଗିଯାଇଥିଲା । ମାତ୍ର ଭାରତୀୟ ସେନା ପକ୍ଷରୁ ଏଥିର କେହି ଭୟଭୀତ ହେବାର ନାହିଁ ବୋଲି କୁହାଯାଇଛି ।

ମାତ୍ର ପାକିସ୍ତାନ ସେନାର ଅପ ପ୍ରଚାରରେ ପାକିସ୍ତାନରେ ଭୟରବାତାବରଣ ସୃଷ୍ଟି ହୋଇଥିବା କେତେକ ଖବର ପ୍ରସାରଣ ସଂସ୍ଥାରେ ଖବର ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.