ମାଙ୍ଗାଲୁରୁ ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍; ବଡ଼ କ୍ଷତି ଘଟାଇବାକୁ ହୋଇଥିଲା ଷଡ଼ଯନ୍ତ୍ର, ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | November 20, 2022 IST

ମାଙ୍ଗାଲୁରୁ: କର୍ଣ୍ଣାଟକ ମାଙ୍ଗାଲୁରୁରେ ଅଟୋରିକ୍ସା ବିସ୍ଫୋରଣ ଘଟଣାରେ ଆତଙ୍କବାଦୀ ଲିଙ୍କ୍ ସାମ୍ନାକୁ ଆସିଛି। ଏହି ଘଟଣା ସାଧାରଣ ନଥିଲା। ବଂର ଆତଙ୍କବାଦୀ କାର୍ଯ୍ୟକଳାପ ଥିଲା ବୋଲି କର୍ଣ୍ଣାଟକ ପୁଲିସ ସୂଚନା ଦେଇଛି।

ରବିବାର ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି କର୍ଣ୍ଣା ପୁଲିସ ଡିଜି ପ୍ରବୀଣ ସୁଦ। ସେ ଟ୍ୱିଟ୍ କରି ଲେଖିଛନ୍ତି " ଏଭଳି ରହସ୍ୟମୟ ବିସ୍ଫୋରଣ ହେଉଛି ଆତଙ୍କବାଦୀ କାର୍ଯ୍ୟକଳାପ। ଏନେଇ ଅଧିକ ତଦନ୍ତ ଜାରି ରହିଛି।" ସେ କହିଛନ୍ତି ଘଟଣାକୁ ନେଇ ବର୍ତ୍ତମାନ ସୁନିଶ୍ଚିତ ହୋଇଛି ଯେ ଏହି ବିସ୍ଫୋରଣ ସଂଯୋଗ ବଶତଃ ନଥିଲା। ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ଥିଲା। ଭୟଙ୍କର କ୍ଷତି ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି ଆକ୍ରମଣ କରାଯାଇଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସହିତ ମିଶି କ୍ରଣ୍ଣାଟକ ପୁଲିସ ଏନେଇ ଗଭୀର ତଦନ୍ତ କରୁଛି ବୋଲି ଡିଜିପି ଟ୍ୱିଟ୍ କରିଛନ୍ତି।  

ଶନିବାର ମାଙ୍ଗାଲୁରୁ ରାସ୍ତାରେ ଏକ ଅଟୋରିକ୍ସା ଯାଉଥିବା ବେଳେ ହଠାତ୍ ବିସ୍ଫୋରଣ ହୋଇଥିଲା। ଅଟୋରେ ନିଆଁ ଲାଗିଯିବା ସହିତ ଧୂଆଁ ବାହାରିଥିଲା। ଏଥିରେ ଡ୍ରାଇଭର ସମେତ ଯାତ୍ରୀ ବି ଆହତ ହୋଇଥିଲେ। ତେବେ ଯାତ୍ରୀଙ୍କ ବେଗ୍‌ରେ ଥିବା ସନ୍ଦେହଜନକ ବସ୍ତୁ ବିସ୍ଫୋରଣ କାରଣ ବୋଲି ଅଟୋ ଡ୍ରାଇଭର ସୂଚନା ଦେଇଛନ୍ତି।

ଏହି ଘଟଣାକୁ ସାଧାରଣ ଦୁର୍ଘଟଣା ଭୟଭୀତ ନ ହେବାକୁ ପୂର୍ବରୁ କହିଥିଲା ପୁଲିସ। ତେବେ ଘଟଣା ପରେ ଘଟଣା ସ୍ଥଳକୁ ଫୋରେନ୍ସିକ ସାଇନ୍ସ ଲାବ ଟିମ୍ ଯାଇ ତଦନ୍ତ କରଥିଲା। ଏବେ ଏହା ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ସୁନିଶ୍ଚିତ ହୋଇଥିବା କର୍ଣ୍ଣାଟକ ଡିଜିପି କହିଛନ୍ତି। ମାମାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.