ବାଣ ତିଆରି ବେଳେ ବିସ୍ଫୋରଣ; ଜଳିଗଲା ୨ ବଖରା ଘର, ବୃଦ୍ଧ ଗୁରୁତର
5/01/2023 at 10:02 PM

ବାଲିପାଟଣା ୦୫/୦୧: ବାଣ ତିଆରି ବେଳେ ହେଲା ବିସ୍ଫୋରଣ। ବିସ୍ପୋରଣରେ ବୃଦ୍ଧ ଗୁରୁତର ହୋଇଛନ୍ତି। ତାଙ୍କୁ ସଙ୍ଗେସଙ୍ଗେ ସ୍ଥାନୀୟ ନିଆଳି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ବୃଦ୍ଧଙ୍କ ପରିଚୟ ପୂର୍ଣ୍ଣଚନ୍ଦ୍ର ଦାସ। ସେ ନରିଶୋ ହାଟୁଆ ସାହିର ବାସିନ୍ଦା। ଏହି ବିସ୍ଫୋରଣରେ ୨ ବଖରା ଘର ପୋଡିଯାଇଥିବା ବେଳେ ଘରର କାନ୍ଥ ମଧ୍ୟ ଭାଙ୍ଗିଯାଇଛି।
ଖବର ଅନୁସାରେ, ସନ୍ଧ୍ୟାବେଳେ ପୂର୍ଣ୍ଣଚନ୍ଦ୍ରଙ୍କ ଘରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ହୋଇଥିଲା। ଫଳରେ ଘରର କାନ୍ଥ ଭୁସୁଡ଼ିବା ସହ ଅଗ୍ନିକାଣ୍ଡ ହୋଇଥିଲା। ପଡ଼ୋଶୀମାନେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଉଦ୍ଧାର କରିଥିଲେ। ଘଟଣା ସ୍ଥଳରେ ବାଲିପାଟଣା ଏବଂ ନିଆଳି ଦମକଳ ବାହିନୀ ପହଁଞ୍ଚି ନିଆଁକୁ ଆୟତ କରିଛନ୍ତି। ପୂର୍ଣ୍ଣଚନ୍ଦ୍ର ବହୁ ଦିନ ହେଲା ବେଆଇନ ବାଣ ତିଆରି କରୁଥିଲେ ବୋଲି ପଡ଼ୋଶୀ କହିଛନ୍ତି। ଘଟଣାସ୍ଥଳରେ ବାଲିପାଟଣା ପୋଲିସ୍ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।