ମହାରାଷ୍ଟ୍ର ପାଲଘର ରସାୟନ କାରଖାନାରେ ବିସ୍ଫୋରଣ, କମ୍ପିଲା ୧୦ କିଲୋମିଟର ଅଞ୍ଚଳ
17/08/2020 at 9:19 PM

ପାଲଘର ୧୭।୮: ମହାରାଷ୍ଟ୍ର ପାଲଘରସ୍ଥିତ ଏକ ରସାୟନିକ କାରଖାନାରେ ସୋମବାର ସନ୍ଧ୍ୟାରେ ଭୀଷଣ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଏତେ ଭୟାନକ ଥିଲା ଯାହାର କମ୍ପନ ୧୦ କିଲୋମିଟର ଦୂର ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା। ମିଳିଥିବା ସୂଚନା ଅନୁସାରେ ପାଲଘର ବୋଇସରର ତାରାପୁର ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଥିବା ନଡୋଲିଆ ଅର୍ଗାନିକ କେମିକାଲ ଫ୍ୟାକ୍ଟ୍ରିରେ ଏହି ବିସ୍ଫୋରଣ ହୋଇଛି। ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।
Blast occurred at Nandolia Organic Chemicals Pvt Ltd. #boisar #Mumbai #Blast #fire https://t.co/BggBY9l0Nh pic.twitter.com/SnTJJKc5ys
— NO-MIND 没关系 (@sandipseth) August 17, 2020
ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ନିଆଁ ଲାଗିଯାଇଥିଲା । ତେବେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଦମକଳ ବିଭାଗ କର୍ମଚାରୀମାନେ କାରଖାନା ପରିସରରୁ ମୃତ ବ୍ୟକ୍ତିଙ୍କ ଶବ ଉଦ୍ଧାର କରିବା ସହ ଆହତ କର୍ମଚାରୀଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଛନ୍ତି। ଘଟଣାରେ କାରଖାନାର ଜଣେ କର୍ମଚାରୀ ନିଖୋଜ ଥିବା କୁହାଯାଉଛି। ବିସ୍ଫୋରଣର କାରଣ ଜଣାପଡି ନାହିଁ। ତେବେ ନିଆଁକୁ ଆୟତ୍ତ କରାଯିବା ପରେ ବିସ୍ଫୋରଣର କାରଣ ଜଣାପଡିବ ବୋଲି ଦମକଳ ବିଭାଗ ଅଧିକାରୀ କହିଛନ୍ତି।