ଲୁଟେରାଙ୍କ ବ୍ଲାଙ୍କ ଫାଏରିଂ, ଜଣଙ୍କୁ କାବୁ କଲେ ଲୋକେ, ବାଇକ୍ ଜବତ

Published By : Prameya-News7 Bureau | December 05, 2020 IST

କଟକ ୦୫।୧୨:  ଲୁଟେରାଙ୍କ ବ୍ଲାଙ୍କ ଫାଏରିଂ । ଏ ଭଲି ଘଟଣା ଘଟିଛି କଟକ ଗୋପାଳପୁର ଛକ ଅଞ୍ଚଳରେ । ଆଜି ସଂଧ୍ୟା ସମୟରେ ଗୋଟିଏ ନମ୍ୱର ବିହୀନ ପଲସର ବାଇକରେ ଦୁଇ ଲୁଟେରା ହାଇସ୍ପିଡରେ ଯାଉଥିବା ଦେଖିବାକୁ ମିଳିଥିଲା । ଗୋପାଳପୁର ଛକରେ କିଛି ଲୋକ ବାଇକୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ଏହି ସମୟରେ ଜଣେ ଲୁଟେରା ଲୋକଙ୍କ କାବୁକୁ ଆସିଥିବା ବେଳେ ଅନ୍ୟ ଜଣେ ବ୍ଲାଙ୍କ ଫାୟରିଂ କରି ଘଟଣା ସ୍ଥଳରୁ ଖସିଯାଇଥିଲା । ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଜଣଙ୍କୁ ନିଜ ଆୟତ୍ତକୁ ନେଇଥିଲେ ।

ଛାନବିନ ସମୟରେ ଏହି ବାଇକରେ ଜାତୀୟ ରାଜପଥରେ ମହିଲାଙ୍କ ଚେନ୍ ଲୁଟ କରି ଖସିଯିବା ପାଇଁ ଲୁଟେରା ଚେଷ୍ଟା କରୁଥିଲେ।  ତେବେ ଅନ୍ୟ ଲୁଟେରା ଜଣଙ୍କ ବ୍ଲାଙ୍କ ଫାୟରିଂ କରିଥିବା ଲୋକେ ଅଭିଯୋଗ କରିଥିବା ବେଳେ ତାହାର ଛାନବିନ ଆରମ୍ଭ କରିଛି ପୋଲିସ। ଲୋକଙ୍କ ଦ୍ଵାରା କାବୁ ଜଣେ ଲୁଟେରାକୁ ପୁଲିସ ନିଜ ଆୟତ୍ତକୁ ନେଇଛି। ଫେରାର ଲୁଟେରାକୁ ଧରିବା ପାଇଁ ପ୍ରୟାସ ମଧ୍ୟ ଜାରି ରଖିଛି । ଅପରପଟେ ନମ୍ୱର ବିହୀନ ପଲସର ବାଇକୁ ଜବତ କରିଛି ସଦର ଥାନା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.