ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନେତାଙ୍କୁ ବ୍ଲାକ୍‌ମେଲିଂ କରି ବନ୍ଧାହେଲେ ବ୍ଲାକମେଲର, ପେନ୍ ଡ୍ରାଇଭରେ ରହିଛି ହାଇପ୍ରୋଫାଇଲ ଲୋକଙ୍କ ଭିଡିଓ

7/10/2022 at 10:37 AM

ଭୁବନେଶ୍ୱର,୭/୧୦ : ରାଜନେତାଙ୍କ ସହ ଫେସ୍‌ବୁକ୍‌ରେ ସମ୍ପର୍କ । କିଛିଦିନ ପରେ ଫୋନ୍‌ରେ ପ୍ରେମାଳାପ । ତା’ପରେ ଶାରୀରିକ ସମ୍ପର୍କ ସ୍ଥାପନ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ବ୍ଲାକ୍‌ମେଲ୍‌ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ମୂଳ ଲକ୍ଷ୍ୟ । ଏମିତି ବ୍ଲାକ୍‌ମେଲିଂ କରୁଥିବା ଜଣେ ମହିଳାଙ୍କୁ ଗିରଫ କରିଛି କମିଶନରେଟ୍‌ ପୁଲିସ୍‌ । ତାଙ୍କ ନାଁ ଅର୍ଚ୍ଚନା ନାୟକ । ତାଙ୍କ ଠାରୁ ପୁଲିସ୍‌ ୨ଟି ପେନ୍‌ଡ୍ରାଇଭ୍‌ ଓ ୨ଟି ମୋବାଇଲ୍‌ ଜବତ କରିଛି । ସେ ପେନ୍‌ଡ୍ରାଇଭରେ ନେତା, ପୂର୍ବତନ ମନ୍ତ୍ରୀ, ବ୍ୟବସାୟୀ, ପୁଲିସ୍‌ ଓ ବିଲ୍ଡରଙ୍କ ବହୁ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା କମିଶନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଶୁକ୍ରବାର ଅର୍ଚ୍ଚନାଙ୍କୁ ମହିଳା ଥାନା କିମ୍ବା ଖଣ୍ଡଗିରି ଥାନା ପୁଲିସ୍‌ କୋର୍ଟ ଚାଲାଣ କରିବ ବୋଲି ଜଣାପଡ଼ିଛି ।

ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ଅର୍ଚ୍ଚନାଙ୍କ ସ୍ୱାମୀ ବ୍ୟବସାୟ କରନ୍ତି । ଅର୍ଚ୍ଚନା ନିଜକୁ ଓକିଲ ଓ ଜଣେ ପ୍ରତିଷ୍ଠିତ ରାଜନୈତିକ ଦଳର ସଦସ୍ୟା ବୋଲି ପରିଚୟ ଦେଉଥିଲେ । ନେତା, ମନ୍ତ୍ରୀ, ପ୍ରଯୋଜକ, ବ୍ୟବସାୟୀ ଓ ପୁଲିସ୍‌ଙ୍କୁ ଫେସ୍‌ବୁକ୍‌ରେ ଫ୍ରେଣ୍ଡ୍‌ ରିକ୍ୟୁଏଷ୍ଟ ପଠାଉଥିଲେ । ସୋସିଆଲ୍‌ ମିଡିଆରେ ବନ୍ଧୁ ହେଲା ପରେ ଫୋନ୍‌ ନମ୍ବର ମାଗି ଆଣି କଥା ହେଉଥିଲେ । ପ୍ରେମରେ ଯିଏ ଫସୁଥିଲା ଅର୍ଚ୍ଚନା ତାଙ୍କୁ ଘରକୁ ଡାକୁଥିଲେ । ଯେଉଁ ରୁମ୍‌ରେ ଅନ୍ତରଙ୍ଗ ମୁହୂର୍ତ୍ତ କଟୁଥିଲା ସେଠାରେ ଗୁପ୍ତ କ୍ୟାମେରା ଲାଗୁଥିଲା । ତା’ପରେ ସେହି ଫୁଟେଜ୍‌କୁ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ । ୨୦୨୧ରେ ଜଣେ ପୂର୍ବତନ ନେତା ତାଙ୍କ ବ୍ଲାକ୍‌ମେଲିଂର ଶିକାର ହୋଇଥିଲେ । ତାଙ୍କୁ ୫୦ ଲକ୍ଷ ଟଙ୍କା ମାଗିଥିଲେ । ସେ ଟଙ୍କା ନ ଦେବାରୁ ଅର୍ଚ୍ଚନା ମହିଳା ଥାନାରେ ବଳାତ୍କାର ଅଭିଯୋଗ ଆଣିଥିଲେ । ମହିଳା ଥାନା ପୁଲିସ୍‌ ମାମଲା ରୁଜୁ କରିଥିଲା । ତାଙ୍କୁ ପୁଲିସ୍‌ ଧାରା ୧୬୧ରେ ବୟାନ ରେକର୍ଡ କରିବାକୁ ଡାକିଥିଲା । ହେଲେ ସେ ଯିବାକୁ ମନା କରିଥିଲେ ।

ଗତ ମେ’ ମାସରେ ଜଣେ ଓଡିଆ ସିନେମା ପ୍ରଯୋଜକଙ୍କୁ ବ୍ଲାକ୍‌ମେଲିଂ କରି ତାଙ୍କୁ ୨୦ ଲକ୍ଷ ମାଗିଥିଲେ । ସେ ଟଙ୍କା ନ ଦେବାରୁ ଖଣ୍ଡଗିରି ଥାନାରେ ଅଭିଯୋଗ କରିଲେ । ଏହା ସଂପୃକ୍ତ ପ୍ରଯୋଜକ ଜାଣିବା ପରେ ତାଙ୍କୁ ଟଙ୍କା ଦେଇଥିଲେ । ପରେ ପ୍ରଯୋଜକ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । କିଛିଦିନ ତଳେ ନୂଆପଲ୍ଲୀ ଥାନାରେ ଜଣେ ଅନ୍ୟ ଜଣେ ବରିଷ୍ଠ ପ୍ରଯୋଜକ ଅର୍ଚ୍ଚନାଙ୍କ ନାଁରେ ଏତଲା ଦେଇଥିଲେ । ଏତଲାରେ ଦର୍ଶାଇଥିଲେ ଅର୍ଚ୍ଚନା ଓ ଅନ୍ୟ କିଛି ବ୍ୟକ୍ତି ତାଙ୍କୁ ବ୍ଲାକ୍‌ମେଲିଂ କରି ୩ କୋଟି ଟଙ୍କା ମାଗୁଛନ୍ତି । ସେବେଠୁ ପୁଲିସ୍‌ ଅର୍ଚ୍ଚନାଙ୍କୁ ଖୋଜୁଥିଲା । ଗତକାଲି ବିଳମ୍ବିତ ରାତିରେ ପୁଲିସ୍‌ ତାଙ୍କୁ ଗିରଫ କରିଛି ।

   Related Posts