ରାଜଧାନୀରେ ଏବେ ଜାମୁକୋଳିର ପସର, ଜାଣନ୍ତୁ ଜାମୁକୋଳିର ଉପକାରିତା

Published By : Prameya-News7 Bureau | June 27, 2019 IST

ଭୁବନେଶ୍ବର୨୭|୬; ଖରା ଦିନରେ ମିଳୁଥିବା ଫଳ ମଧ୍ୟରେ ଜାମୁକୋଳି ଅନ୍ୟତମ । ଏହା ଦେଖିବାକୁ ଯେତିକି ଆର୍କଷଣୀୟ ଖାଇବାକୁ ସେତିକି ସ୍ୱାଦିଷ୍ଟ । ଏହାର ଖଟାମିଠା ସ୍ୱାଦ ଶରୀର ପାଇଁ ବହୁ ମାତ୍ରାରେ ଉପକାରୀ । ଏଥିରୁ ମିଳୁଥିବା ମିନେରାଲ୍‌ ଶରୀର ପାଇଁ ଲାଭଦାୟକ ହେବା ସହ ଅନେକ ପ୍ରକାରର ରୋଗରୁ ରକ୍ଷା କରିଥାଏ । ରାଜଧାନୀରେ ଏବେ ମେଲିଛି ଜାମୁ କୋଳିର ପସରା ।… 

{"id":127867}

ରାଜଧାନୀ ରାସ୍ତା କଡରେ ମେଲିଛି ଜାମୁ କୋଳିର ପସରା । ବିଭିନ୍ନ ଛକ ଆଖପାଖ ରାସ୍ତା କଡରେ ଜାମୁ କୋଳି ଗଦା କରି ବିକ୍ରି କରୁଛନ୍ତି ବ୍ୟବସାୟୀ । କ୍ବାଲିଟି ଦେଖି ରେଟ୍ । ବଡ ଜାମୁକୋଳି କିଲୋ ପିଛା ଶହେରୁ ଶହେ କୋଡ଼ିଏ ଟଙ୍କା ରହିଛି । କେନ୍ଦୁଝର, ଝାରସୁଗୁଡ଼ା, ଅନୁଗୋଳ ଏବଂ ଢେଙ୍କାନଳରୁ ରାଜଧାନୀକୁ ଆସୁଛନ୍ତି ଏହି ସବୁ ଜାମୁ କୋଳି । ଗତ ବର୍ଷ ଅପେକ୍ଷା ଏଥର କେଜି ପିଛା ଅଧିକ ରହିଛି । ରାଜଧାନୀରେ ଏଥର ଜାମୁ ପ୍ରାୟ ନାହିଁ କହିଲେ ଚଳେ । କାରଣ ବାତ୍ୟା ଫୋନିରେ ଅନେକ ଗଛ ଭାଙ୍ଗି ଯାଇଛି । ଯେତିକି ଅଛି ସେଥିରେ ଫଳ ଆସିନି ।

ଖାଇବାକୁ ଯେତିକି ଟେଷ୍ଟ, ସ୍ବାସ୍ଥ୍ୟ ପାଇଁ ସେତିକି ଉପକାରୀ ଜାମୁ କୋଳି । ରକ୍ତଚାପ, ମଧୁମେହ, ପେଟ ରୋଗ ପାଇଁ ଏହା ମହୌଷୀ ସଦୃଶ । ଗୋଟିଏ କପ୍‌ ଜାମୁକୋଳିରେ ମାତ୍ର ୭ ଗ୍ରାମ୍‌ ସୁଗାର ରହିଛି। ତେଣୁ ଡାକ୍ତର ବି ଜାମୁକୋଳି ଖାଇବାକୁ ପରାମର୍ଶ ଦେଉଛନ୍ତି । ଏହାକୁ ଦେଖି ରାଜଧାନୀରେ ଜମୁଛି ଜାମୁକୋଳି ବେପାର ।

{"id":127868}

ଜାମୁକୋଳି ଭଳି ତା ମଞ୍ଜି ମଧ୍ୟ ଶରୀର ପାଇଁ ବେଶ୍ ଲାଭଦାୟକ । ଭିଟାମିନ୍‌ ଏ ଏବଂ ସିରେ ଭରପୂର ଥିବା ଜାମୁକୋଳିର ମଞ୍ଜି ପାଚନକ୍ରିୟାକୁ ଠିକ୍‌ ରଖିବା ସହ ଅନେକ ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.