oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଙ୍ଗା ହସିଲା, ବିଲ୍ଲା କାନ୍ଦିଲା…ଗୀତ ଗାଇଲେ ଗୁରୁ : ଫାଶୀରେ ଝୁଲିବାର ସେଇ ଶେଷ ୨୪ ଘଣ୍ଟା

14/01/2020 at 3:03 PM

ନୂଆଦିଲ୍ଲୀ ୧୪/୦୧- ଫାଶୀ ଦଣ୍ଡର ଅପେକ୍ଷାରେ ଥିବା ଅପରାଧୀର କିପିରି ଥାଏ ମାନସିକ ସ୍ଥିତି ? ସେମାନଙ୍କ ହାବ ଭାବ ଓ ଚାଲିଚଳଣ  ଉପରେ ଥାଏ  ଜେଲ କର୍ତ୍ତୁପକ୍ଷଙ୍କ  କଡା ନଜର । ଏବେ  ନିର୍ଭୟା ଗଣ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ  ୪ ଦୋଷୀଙ୍କୁ  ଆସନ୍ତା ୨୨ ତାରିଖରେ ଫାଶୀଦଣ୍ଡ ନିର୍ଦ୍ଦେଶ ହୋଇଛି । ସୁପ୍ରିମକୋର୍ଟ ଦୁଇ ଦୋଷୀଙ୍କ କ୍ୟୁରେଟିଭ୍ ପିଟିସନଖାରଜ ପରେ ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ । ଏହି ଅବସରରେ  ସ୍ବାଭାବିକ ଭାବେ ଫାଶୀ ଦଣ୍ଡ ଓ ସେଥିସହ ସଂପୃକ୍ତ ବିଭିନ୍ନ ଖବର ନେଇ ଚର୍ଚ୍ଚା ଆଲୋଚନା ଗଣ ମାଧ୍ୟମରେ ବେଶି । ତିହାର ଜେଲ୍‌ରେ ନିର୍ଭୟା ମାମଲାର  ୪ ଦୋଷୀ ଫାଶୀରେ ଝୁଲିବେ ।  ଏହି ଅବସରରେ ଚର୍ଚ୍ଚାକୁ ଆସିଛି  ତିହାର ଜେଲ୍ର ଅବସରପ୍ରାପ୍ତ ଲିଗାଲ ଅଫିସର( ଆଇନ ଅଧିକାରୀ) ସୁନୀଲ ଗୁପ୍ତାଙ୍କ ଅନୁଭୂତି । ଯାହା ସୁନୀଲ ଗୁପ୍ତା ତାଙ୍କ ପୁସ୍ତକ  “ ବ୍ଲାକ୍ ୱାରେଣ୍ଟ “ ରେ ଲେଖିଛନ୍ତି । ସାମ୍ବାଦିକ ସୁନେତ୍ର ଚୌଧୁରୀଙ୍କ ସହ ମିଶି ସୁନୀଲ ଗୁପ୍ତା ପୁସ୍ତକଟି  ଲେଖିଛନ୍ତି । ସେଥିରେ ସେ  ତିହାର ଜେଲ୍ରେ  ଫାଶୀ ପାଇଥିବା ୮ ଅପରାଧିଙ୍କ  କଥା ହିଁ ଲେଖିଛନ୍ତି । ଫାଶୀ ଦଣ୍ଡ  ପାଇବା ପୂର୍ବରୁ ଏପରିକି ସେହି ଶେଷ ୨୪ ଘଣ୍ଟାର କଥା, ଘଟଣାକ୍ରମ  ବର୍ଣ୍ଣନା କରିଛନ୍ତି  ।

 ରାଙ୍ଗାର ଆଚରଣ ଦେଖି ଲୋମ ଟାଙ୍କୁରି ଉଠିଥିଲା , କିନ୍ତୁ  କାନ୍ଦିଥିଲା ବିଲ୍ଲା ।ମକବୁଲ ଭଟ୍ଟଙ୍କ ମାନସୀକ ସ୍ଥିତି ଠିକ ଠାକ୍ ନଥିଲା । ଶେଷ ପର୍ଯ୍ୟନ୍ତ ନିଜକୁ ନିର୍ଦ୍ଦୋଶ ଦାବି  କରୁଥିଲା ଅଫଜଲ ଗୁରୁ । ଶେଷ ସମୟ ନିକଟତର ଜାଣି ବି ସେ ଗାଉଥିଲା ଗୀତ ।ଆଉ ଅନ୍ୟ କେତେକ ମଥା କୋଡି , ପାଟି କରି  ନିର୍ଦ୍ଦୋଶ ବୋଲି  ଶେଷ ପର୍ଯ୍ୟନ୍ତ ଚିତ୍କାର କରୁଥିଲେ । ତିହାର ଜେଲ୍‌ରେ ପୂର୍ବତନ ଲିଗାଲ ଅଫିସର ସୁନୀଲ ଗୁପ୍ତା ତାଙ୍କ ଚାକିରି କାଳରେ ୮ ଟି ଫାଶୀ ଦଣ୍ଡର କାର୍ଯ୍ୟକାରିତାକୁ ଖୁବ ନିକଟରୁ ଦେଖିଥିଲେ । ତାହା ହିଁ ତାଙ୍କ ଲିଖିତ ବ୍ଲାକ୍ ୱାରେଣ୍ଟରେ ସେ ବର୍ଣ୍ଣନା କରିଛନ୍ତି । ଫାଶୀରେ ଝୁଲିବା ଆଗରୁଫାଶୀ ଗୃହକୁ ଯିବା ଆଗରୁ କିଛି ଦୋଷୀଙ୍କ ଭିନ୍ନ ଭିନ୍ନ କଥା, ଭିନ୍ନ  ମୁଡ୍ ।

୧୯୮୨ ଜାନୁଆରି ୩୧ ତାରିଖରେ ଫାଶୀରେ ଝୁଲିଥିଲେ ରାଙ୍ଗା ଓ ବିଲ୍ଲା । ତାର ପୂର୍ବ ରାତି ହିଁ ଥିଲା ତିହିର ଲିଗାଲ ଅଫିସର ସୁନୀଲ ଗୁପ୍ତାଙ୍କ ପାଇଁ ଅସ୍ତବ୍ୟସ୍ତତାର ରାତି, ରାତିର ଖାଦ୍ୟ ସେ ଖାଇ ପାରିନଥିଲେ ।ଆଉ ତାପରଦିନ ସକାଳେ ତାଙ୍କ ଚାକିରି କାଳର ପ୍ରଥମ ଫାଶୀ ଦଣ୍ଡକୁ ସେ ନିକଟରୁ ଅନୁଧ୍ୟାନ ସହ ପରିଚାଳନା କଲେ ।ରାଙ୍ଗା –ବିଲ୍ଲାଙ୍କ ଫାଶୀ । ୧୯୭୮ ରେ ସେହି ଦୁଇ ଜଘନ୍ୟ  ଅପରାଧୀ  ଅପହରଣ, ଦୁଷ୍କର୍ମ ଓ ହତ୍ୟା ମାମଲାରେ ଥିଲେ ଦୋଷୀ । ଜଣେ ୧୪ ବର୍ଷର ବାଳକ  ଓ ତାଙ୍କ ଭଉଣୀକୁଅପହରଣ କରିନେଇ ଭାଇକୁ  କୃପାଣ ଭୁଷି ହତ୍ୟା ପରେ ଭଉଣୀକୁ ଦୁଷ୍କର୍ମ କରି   ବାରମ୍ବାର କୃପାଣ ଭୁଷି ମାରିଥିଲେ ରାଙ୍ଗା- ବିଲ୍ଲା ।  ତେବେ ଦୁଇ ଅପରାଧୀ ଥିଲେ ଦୁଇ ଭିନ୍ନପ୍ରକୃତିର ।

 ଫାଶୀ ଦଣ୍ଡରେ ଦଣ୍ଡିତ ଦୋଷୀଙ୍କୁ ସପ୍ତାହେ ଫାଶୀ ନେଇ  ଜଣାଇ ଦିଆଯାଏ  । ସେମାନଙ୍କୁ ସେମାନଙ୍କ ପରିବାର ଏବଂ ବନ୍ଧୁବାନ୍ଧବଙ୍କ  ସହ  ସାକ୍ଷାତ ଏବଂ କଥା ବର୍ତ୍ତାର ସୁଯୋଗ ଦିଆଯାଏ । ଏବଂ ସେମାନଙ୍କ ଶେଷ ଇଚ୍ଛା ସଂପର୍କରେ  ମଧ୍ୟ ପଚାରିଦେଇ ତାହା ପୂରଣର ଉଦ୍ୟମ କରାଯାଏ । ତେବେ ଆନେକଙ୍କୁ ଶେଷ ଇଚ୍ଛା  ଫାଶୀରୁ ମୁକ୍ତି କିମ୍ବା ଆମିଷ ଖାଦ୍ୟ ଭୋଜନର ଇଚ୍ଛା ତିହାରରେ ପୂରଣ ହୁଏନି । କାରଣତିହାରରେ କେଭଳ ଶାକାହାରୀ ଭୋଜନ ହିଁ ଉପଲବ୍ଧ । ଏହପରେ ତିହାରର  ଜେଲ୍ ନମ୍ବର ୩ ରେ ମୃତ୍ୟୁକୋଠରୀ ବା ଡେଥ୍ ସେଲ୍ ରେ ହିଁ ଦୋଷୀଙ୍କୁ ରଖାଯାଇଥାଏ । ସେମାନଙ୍କ ଉପରେ ୨୪ ଘଣ୍ଟା କଡା ନଜର ସହ ସେହି ପ୍ରକୋଷ୍ଠରେ କିଛି ବି ସାମଗ୍ରୀ ରୁହେନି ।ଏପରିକି ପାଇଜାମାର ଡୋର ବି ନୁହେଁ । କାରଣ ସେଥିରେ ବେକ ଚିପି ମରିବାର ଆଶଙ୍କା ବି ଥାଏ ।

 ରାଙ୍ଗା-ବିଲ୍ଲାଙ୍କ ଶେଷ ଦିନ ଥିଲା କିପରି ?   ରାଙ୍ଗା  ସବୁବେଳେ ଖୁସି ମିଜାଜ୍‌ରେ ଥିଲା ଭଳି ଲାଗୁଥିଲା । ସେ କହୁଥିଲା ରାଙ୍ଗା ଖୁସ୍ । କିନ୍ତୁ ସବୁବେଳେ କାନ୍ଦୁଥିଲା ବିଲ୍ଲା, ବ୍ୟସ୍ତ ହେଉଥିଲା ଏବଂ ପଶ୍ଚାତାପ କରୁଥିଲା । ତା ସହସେ ରାଙ୍ଗାକୁ ହିଁ ଘଟିଥିବା ଅପରାଧ ପାଇଁ ଏବଂ ମୃତ୍ୟୁ ଦଣ୍ଡ ପାଇଁ ଦାୟୀ କରୁଥିଲା ।ଫାଶୀର ପୂର୍ବଦିନ ରାତିରେ ପେଟ ଖାଇ ବେଶ୍ ନିଶ୍ଚିତରେ ଶୋଇଥିଲା ରାଙ୍ଗା । କିନ୍ତୁ ଜେଲ୍ କୋଠରୀ ଭିତରେ ଏପଟ ସେପଟ ହୋଇ ଗୁଣୁଗୁଣୁ ହେଉଥିଲା ବିଲ୍ଲା । ଫାଶୀରେ ଝୁଲିବା ପୂର୍ବରୁ ରାଙ୍ଗା “  ଜୋ ବୋଲେ ସୋ ନିହାଲ , ସତଶ୍ରୀ ଅକାଲ “  ବୋଲି ପାଟି କରି କହିଥିଲା । କିନ୍ତୁ କାନ୍ଦୁଥିଲା ବିଲ୍ଲା ।ତେବେ ପାଶୀରେ ଝୁଲିବାର ୨ ଘଣ୍ଟା ପରେ ବି ରାଙ୍ଗାର ନାଡି ଚାଲୁଥିଲା ।ଡାକ୍ତର ତାହା ଯାଞ୍ଚ କରି ଆଶ୍ଚର୍ଯ୍ୟ ହୋଇପଡିଥିଲେ । ତେବେ ଜଣେ ସୁରକ୍ଷା କର୍ମୀ ୧୫ ଫୁଟ ଗଭିର ଫାଶୀ କୂଅକୁଡେଇଁ ପଡି ରାଙ୍ଗାର ଗୋଡକୁ ଟେକି ଧରିବା ପରେ ରାଙ୍ଗାର ନାଡି ବନ୍ଦ ହୋଇଯାଇଥିଲା । କାରଣ ଶେଷ ମୁହୂର୍ତ୍ତରେ ଶରୀରରେ କିଛି ବାୟୁ ଅଟକିଯିବା କାରଣରୁ ଏପରି ହୋଇଥାଏ ।

 ୧୯୮୪ ରେ ଫାଶିରେ ଝୁଲିଥିଲା ଜାମ୍ମୁକାଶ୍ମୀର ଲିବରେସନଫ୍ରଣ୍ଟ ପ୍ରତିଷ୍ଠାତା  ମକବୁଲ ଭଟ୍ଟ । ଜଣେ ସରକାରୀ କର୍ମଚାରୀକୁ ହତ୍ୟା ଅଭିଯୋଗରେ ଫାଶୀ  ଦୋଷୀ ମକବୁଲ ଥିଲା ଜଣେ ଶିକ୍ଷିତ ଏବଂ ଭଦ୍ର – ପବିତ୍ର ବ୍ୟକ୍ତିତ୍ବ । ଇଂରାଜୀରେ ତାର ଦକ୍ଷତା ଥିଲା । ଏପରିକି କିଛି ଜେଲ୍ କର୍ମଚାରୀ ସରକାରୀ ଚିଠି ପତ୍ରର ଉତ୍ତର ଲେଖିବା ବେଳେ ମକବୁଲ ଦରଙ୍କ ପାଖକୁ ଆସି  ବୁଝି ଲେଖୁଥିଲେ ।ଏପରିକି ସୁନୀଲ ଗୁପ୍ତାବି କୁହନ୍ତି, ମକବୁଲ ସଂସ୍ପର୍ଶରେ ଆସି ତାଙ୍କ ଇଂରାଜୀ ଜ୍ଞାନ ବଢିଯାଇଥିଲା ।

 ଏକାଧିକ ଫାଶୀ ଦଣ୍ଡ ଦେଖିଥିବା ସୁନୀଲ ଗୁପ୍ତାଙ୍କ ଲାଗି ବେଶି ପ୍ରଭାବ କିନ୍ତୁ ରଖିଛି ଆଫଜଲ ଗୁରୁଙ୍କ ଫାଶୀ ଦଣ୍ଡ ।୨୦୦୧ ପାର୍ଲାମେଣ୍ଟ ଆକ୍ରମଣ ମାମଲାରେ ଅଫଜଲ ଗୁରୁଙ୍କୁ ଫାଶୀ ଦଣ୍ଡ ନିର୍ଦ୍ଦେଶ ହୋଇଥିଲା ।୨୦୧୩ ଫେବୃଆରୀ ୯ ତିରିଖରେତାଙ୍କୁ ଫାଶୀ ଦିଆଯାଇଥିଲା। ତେବେ ଶେଷ ପର୍ଯ୍ୟନ୍ତ ନିଜକୁ ନିର୍ଦ୍ଦୋଶ କହୁଥିଲେ ଅଫଜଲ । ସେହି ଦିନ ସକାଳେ  ଅଫଜଲ ସହ ଲିଗାଲ ଅଫିସର ସୁନୀଲ ଗୁପ୍ତା ଏବଂ  ସୁପରିଟେଣ୍ଡେଣ୍ଟ ଏକାଠି ଏକ ଟେବୁଲରେ ବସି ଚା ପିଇଥିଲେ । ଆଉ ସେତେ ବେଳେ ଅଫଜଲ ତାଙ୍କ କେଶ୍ ର ପୁରା ଘଟଣା କ୍ରମ କହିବା ସହ ତାଙ୍କର ନିର୍ଦ୍ଦୋଷତା ବି କହିଥିଲେ । ଆଉ କହିଥିଲେ, ସେ ଆତଙ୍କବାଦୀ ନୁହନ୍ତି, ଜଣେ ସାଧାରଣ ଲୋକ  ଏବେ ସେ  କେବଳ ବ୍ୟବସ୍ଥାର ବିରୋଧ କରିଛନ୍ତି । ତାପରେ ସେ ବଲିଉଡ ସିନେମା ବାଦଲର ଏକ ଗୀତ , “ ଆପନେ ଲିଏ ଜିୟେ ତୋ କ୍ୟା ଜିୟେ,ତୁ ଜି ଆୟେ ଦିଲ୍ ଜମାନେ କେ ଲିଏ “ ଗାଇଥିଲେ । ତାହାର କିଛି ସମୟପରେ ତାଙ୍କୁ ଫାଶି ଗୃହକୁ ନିଆଯାଇଥିଲା ।

 ଫାଶୀ ପୂର୍ବର ପ୍ରସ୍ତୁତି ନେଇ ମଧ୍ୟ ସୁନୀଲ ଗୁପ୍ତା ତାଙ୍କ ବହିରେ କିଛି କଥା ଲେଖିଛନ୍ତି । ଫାଶୀ ପୂର୍ବରୁ ଫାଶି ଗୃହର ପ୍ରସ୍ତୁତି। ଫାଶି ଦଉଡିର କଥା । ଦଉଡିରେ ଲମ୍ବ, ଫାଶରେ ମହମ, ଲହୁଣୀ  ଆଦିର ବ୍ୟବହାର । ଫାଶୀ ପ୍ରସ୍ତୁତି ପାଇଁ ଦୋଶୀଙ୍କ ଓଜନର ଦେଢ ଗୁଣା ଡମିର ବ୍ୟବହାର ସହ ଫାଶି ଦେଉଥିବା  ଘାତକ ସଂପର୍କରେ ବି ଅନେକ କିଛି ବର୍ଣ୍ମନା କରିଛନ୍ତି । ଲେଖିଛନ୍ତି ଫାଶୀ ଦଣ୍ଡ ପ୍ରାୟ ଭୋର ସମୟରେ, ଅଧିକ ଫର୍ଚ୍ଚା ହେବା ଆଗରୁ କାର୍ଯ୍ୟକାରୀ ହୋଇଥାଏ । ତେବେ ୩୫ ବର୍ଷର କାର୍ଯ୍ୟକାଳରେ  ୮ଟି ଫାଶୀ ଦଣ୍ଡକୁ ନିକଟରୁ ଦେଖିଥିବା ସୁନୀଲ ଗୁପ୍ତାଙ୍କ ବର୍ଣ୍ଣନା ବେଶ ମର୍ମସ୍ପର୍ଶୀ ।

   Related Posts