ଭୁବନେଶ୍ବର: ଓଡ଼ିଶା ଜଙ୍ଗଲରେ ପୁଣି ଦେଖିବାକୁ ମିଳିଲା କଳା ବାଘ। କ୍ୟାମେରା ଟ୍ରାପ୍ରେ କଏଦ୍ କଳା ରଙ୍ଗର କଲରା ପତରିଆ ବାଘ।କଲରା ପତରିଆ ବାଘ ମିଳିଥିବା ଟୁଇଟ୍ କଲେ ପିସିସିଏଫ୍। ରାଜ୍ୟରେ ଚାଲିଥିବା ବାଘ ଗଣନା ବେଳେ ଏହି ବାଘ ଦେଖିବାକୁ ମିଳିଛି। ତେବେ ଏହି ବାଘ କେନ୍ଦ୍ରୀୟ ଓଡ଼ିଶାର ଏକ ନିର୍ଦ୍ଦିଷ୍ଟ ଜଙ୍ଗଲରେ ଦେଖାଯାଇଥିବା ନେଇ ସୂଚନା ମିଳିଛି ।
ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ରଙ୍ଗ ବଦଳୁଥିବାର ଖବର ଆସିଥିଲା। ଏମିତିକି କଳା ରଙ୍ଗର ବେଶି ଥିବା ମହାବଳ ବାଘର ଫଟୋ ମଧ୍ୟ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହୋଇଥିଲା। ତେବେ କେଉଁ କାରଣରୁ ମହାବଳ ବାଘର ଏଭଳି ରୂପ ଦେଖିବାକୁ ମିଳିଛି ତାର ଗବେଷଣା ଚାଲିଛି।
ଆହୁରି ପଢ଼ନ୍ତୁ: ଶିମିଳିପାଳରେ ବଦଳୁଛି ମହାବଳ ବାଘର ରଙ୍ଗ, ଫଟୋ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର
ଗବେଷଣାରୁ ଜଣାପଡିଛି ଯେ ଏହା ଜନ୍ମ ସମ୍ବନ୍ଧି ଏକ ଜେନେଟିକ୍ ପରିବର୍ତ୍ତନ । ଯାହା ବାଘଙ୍କ କ୍ଷେତ୍ରରେ ସ୍ଵାଭାବିକ ଅଟେ । କେବଳ ବାଘ ନୁହନ୍ତି ହରିଣ, ଚିତାବାଘ, ବଣ ବିଲେଇ ପରି ଅନେକ ପ୍ରଜାତିର ପ୍ରାଣୀଙ୍କ କ୍ଷେତ୍ରରେ ଏହି ଜେନେଟିକ୍ ପରିବର୍ତ୍ତନ ବି ଦେଖାଯାଇଥାଏ ।