ଆଜି ସ୍ଵିସ୍ ବ୍ୟାଙ୍କ କରିବ ବଡ଼ ଖୁଲାସା : ଭାରତକୁ ଦେବ କଳାଧନ ଜମାକାରୀଙ୍କ ତାଲିକା

Published By : Prameya-News7 Bureau | September 01, 2019 IST

ନୂଆଦିଲ୍ଲୀ ୧/୯:  ସ୍ଵିସ୍ ବ୍ୟାଙ୍କରେ କେଉଁ ଭାରତୀୟଙ୍କ ବ୍ୟାଙ୍କ ଖାତା ରହିଛି। ଆଜି ଏହା ଉପରୁ ପରଦା ଉଠିବାକୁ ଯାଉଛି। ସ୍ଵିସ୍ ବ୍ୟାଙ୍କରେ ଜମା ଭାରତୀୟଙ୍କ ଟଙ୍କାର ସୂଚନା ଆଉ ଗୋପନୀୟ ହୋଇ ରହିବ ନାହିଁ। ଭାରତୀୟଙ୍କ ସ୍ଵିସ୍ ବ୍ୟାଙ୍କର ସୂଚନା ଆଜି ଭାରତର କର ବିଭାଗ ପାଖକୁ ଚାଲି ଆସିବ। ଭାରତ ଓ ସ୍ଵିଜରଲାଣ୍ଡ ମଧ୍ୟରେ ବ୍ୟାଙ୍କିଙ୍ଗ ସୂଚନାର ସ୍ଵତଃ ଆଦାନ ପ୍ରଦାନ ରାଜିନାମା ଲାଗୁ ହେବା ସହିତ ଭାରତୀୟଙ୍କ ସ୍ଵିସଙ୍କ ବ୍ୟାଙ୍କ ଖାତା ଉପରେ ରହସ୍ୟର ପରଦା ଉଠିଯିବ। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ କଳାଧନ ବିପକ୍ଷ ଲଢେଇରେ ଏହି ପଦକ୍ଷେପକୁ ବହୁତ ମହତ୍ଵପୂର୍ଣ୍ଣ ଦର୍ଶାଇଛି।

ବୋର୍ଡ କହିଛି ଯେ ସେପ୍ଟେମ୍ବରରୁ ସ୍ଵିସ୍ ବ୍ୟାଙ୍କ ସମ୍ବନ୍ଧିତ ଗୋପନୀୟତାର ଯୁଗ ସମାପ୍ତ ହୋଇଯିବ। ଦୁଇ ଦେଶ ମଧ୍ୟରେ ଆର୍ଥିକ ସୂଚନା ଆଦାନ ପ୍ରଦାନ ହେବା ପୂର୍ବରୁ ସ୍ବିଜରଲାଣ୍ଡର ଦୁଇ ଜଣିଆ ପ୍ରତିନିଧି ଦଳ ଅଗଷ୍ଟ ୨୯ ଏବଂ ୩୦ରେ ଭାରତ ଗସ୍ତରେ ଥିଲେ ।ସେମାନେ ଏହି ଅବସରରେ ରାଜସ୍ବ ସଚିବ ଏ ବି ପାଣ୍ଡେ , ସିବିଡିଟି ଅଧ୍ୟକ୍ଷ ପିସି ମୋଦି ଏବଂ ସିବିଡିଟି ସଦସ୍ୟ ଅଖିଲେଶ ରଞ୍ଜନଙ୍କୁ ଭେଟି ଏ ବିଷୟରେ ବସ୍ତୁତ ଆଲୋଚନା କରିଛନ୍ତି । ୨୦୧୮ ବର୍ଷ ପାଇଁ ଭାରତୀୟମାନେ  ସ୍ବିଜରଲାଣ୍ଡରେ ରଖିଥିବା ସମସ୍ତ ଆର୍ଥିକ ଆକାଉଣ୍ଟର ସୂଚନା ଭାରତ ଆଜି ଠାରୁ ପାଇବ ବୋଲି ସିବିଡିଟି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.