ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ରେଲୱେ ଟିକେଟ୍‌ ବୁକିଂରେ କଳାବଜାରୀ, ଚଢାଉ କଲେ ସ୍ପେଶାଲ ଟିମ, ମାଲିକ ଗିରଫ

26/09/2022 at 10:41 PM

ବଡବିଲ:  ରେଲୱେ ଟିକେଟ୍‌ ବୁକିଂରେ କଳାବଜାରୀ କରୁଥିବା ଅଭିଯୋଗରେ ବଡବିଲରେ ରେଳବାଇ ପୋଲିସର ଏକ ସ୍ପେଶାଲ ଟିମ ଚଢ଼ାଉ କରିଛି । ବଡ଼ବିଲ ମେନ୍ ରୋଡ୍ ସ୍ଥିତ IRCTC ର ଅଧିକୃତ ଏଜେନ୍ସି,  ସି. ବି. ଟ୍ରାଭେଲ୍ସ ଉପରେ ଏହି ଚଢାଉ ହୋଇଛି । ସଂପୃକ୍ତ ଟ୍ରାଭେଲ ଏଜେନ୍ସି ରୁ ୩୦ ଟି ଟିକେଟ,  କମ୍ପ୍ୟୁଟର ଓ ମୋବାଇଲ ଫୋନ୍ ଜବତ କରିବା ସହ ଏଜେନ୍ସି ମାଲିକ ଅବସର୍ ମକସୁଦକୁ ଗିରଫ୍ କରାଯାଇଛି ।

ଅଭିଯୋଗ ଅନୁସାରେ, ମକସୁଦ୍ IRCTC ର ଅଧିକୃତ I’d ବ୍ୟବହାର ପରିବର୍ତ୍ତେ ଅନ୍ୟ I’d ବ୍ୟବହାର କରି ଟିକେଟ ମୂଲ୍ୟ ଠାରୁ ବହୁ ଅଧିକ ଦାମରେ ଟିକେଟ ବ୍ଲାକ କରୁଥିବା ରେଳବାଇ ଜାଣିବାକୁ ପାଇଥିଲା । ଏନେଇ  ସି. ବି. ଟ୍ରାଭେଲ୍ସ ଉପରେ ଅନେକ ଦିନରୁ ନଜର ରଖିଥିଲା ରେଳ ବିଭାଗ । ଆଜି ସନ୍ଧ୍ୟାରେ ଚକ୍ରଧରପୁର ରେଳବାଇ ଡିଭିଜନର ଏହି ସ୍ପେଶାଲ୍ ଟିମ୍ ବଡ଼ବିଲ ପୋଲିସ୍ ସହାୟତାରେ ଅଚାନକ ଚଢାଉ କରିଥିଲା । ଘଟଣାର ଅଧିକ ତଦନ୍ତ ପାଇଁ ଜବତ୍ କମ୍ପ୍ୟୁଟର ଏବଂ ମୋବାଇଲ୍ ଫୋନକୁ ସାଇବର ସେଲକୁ ଯାଞ୍ଚ ପାଇଁ ପଠାଯିବ ବୋଲି ରେଳବାଇ ପୋଲିସ ସୂଚନା ଦେଇଛି ।

   Related Posts