ଆପ୍‌ ଜରିଆରେ ଲୋନ୍ କରୁଥିଲେ ସାବଧାନ ! ଠକେଇ ଏବଂ ଵ୍ଲାକମେଲିଂ ନେଇ ୧୦ ମାମଲା ରୁଜୁ

Published By : Prameya-News7 Bureau | August 08, 2022 IST

କଟକ,ତା୦୮/୦୮ ଲୋନ୍ ଆପ୍‌ ଜରିଆରେ ଠକେଇ ଆଉ ଵ୍ଲାକମେଲିଂ । ଲୋନ୍‌ ଆପ ଇନଷ୍ଟଲ କରି ଵ୍ୟାପକ ଠକେଇ ଓ ଵ୍ଲାକମେଲିଂର ଶୀକାର ହୋଇଥିଵା ଅଭିଯୋଗ କରି କଟକ ସାଇଵର ଥାନାରେ ଏକାଧିକ ଏତଲା ହୋଇଛି। ଲୋନ ଆପ ଇନଷ୍ଟଲ କରି ତୁରନ୍ତ ଲୋନ ନେଵା ପାଇଁ ମେସେଜ ଆସୁଛି । ଆପ ଡାଉନଲୋଡ କରିବା ସମୟରେ ମୋଵାଇଲ କଣ୍ଟାକ୍ଟକୁ ଆସେସ୍ କରିବା ପାଇଁ ଅନୁମତି ଦେଵାକୁ ପଡୁଛି । ଏଭଳି ଆସେସକୁ ଅନୁମତି ଦେଵା ପରେ ମୋଵାଇଲର ସଵୁ କଣ୍ଟାକ୍ଟ ଲିଷ୍ଟ ସାଇଵର ଫ୍ରଡଙ୍କ ହାତକୁ ଚାଲିଯାଉଛି। ଲୋନ ଆପ ଡାଉନଲୋଡ କରି ଲୋନ ଆଵେଦନ କଲେ ତୁରନ୍ତ ଲୋନ ମିଳୁଛି । କିନ୍ତୁ ୠଣ ପରିଶୋଧ କଲା ଵେଳକୁ ସାଇଵର ଫ୍ରଡ କରୁଥିବା ଵ୍ୟକ୍ତି ମାନଙ୍କର ଵ୍ଲାକମେଲର ଶୀକାର ହୋଇଛନ୍ତି ଅନେକ ଲୋକ । ଏ ନେଇ ସାଇଵର ଥାନାରେ ପ୍ରାୟ ଦଶଟି ଏତଲା ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.