WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓଲିଉଡ୍‌ରେ ପୁଣି ବ୍ଲାକମେଲ୍‌ ଝଡ଼, ପୁରୁଷ ବନ୍ଧୁ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଅଭିନେତ୍ରୀ

28/09/2023 at 2:12 PM

ଭୁବନେଶ୍ୱର ୨୮।୦୯ :  ଓଲିଉଡ୍‌ରେ ପୁଣି ବ୍ଲାକମେଲ୍‌ ଝଡ଼ । ଧୋକାବାଜ୍‌ ପୁରୁଷ ବନ୍ଧୁ । ବିଶ୍ୱାସରେ ଦେଲା ବିଷ । ଜଣେ ଟେଲି ଅଭିନେତ୍ରୀ ବାଥରୁମ୍‌ରେ ଗୋଧୋଉଥିବା  ବେଳେ ତାଙ୍କର ଅଶ୍ଲୀଳ ଭିଡିଓ ସୁଟିଂ କରି ଭାଇରାଲ କରିବାକୁ ଧମକ ଦେଉଛନ୍ତି ପୁରୁଷ ବନ୍ଧୁ ।  ଏନେଇ ଅଭିନେତ୍ରୀ ମହିଳା ଥାନାରେ ଅଭିଯୋଗ କରିଛନ୍ତି । ଏହାପରେ ପୁଲିସ୍‌ ଆରମ୍ଭ କରିଛି ତନାଘନା। ସମ୍ପୃକ୍ତ ପୁରୁଷ ବନ୍ଧୁ ଫେରାର ହୋଇଯାଇଥିବା ପୁଲିସ୍‌ କହିଛି । ଖାଲି ସେତିକି ନୁହେଁ ତାଙ୍କୁ  ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଦେଢ଼ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । 

ଖବର ଅନୁଯାୟୀ, କଟକ ପୁରୁଣାହାତ ଅଞ୍ଚଳରେ ସଂପୃକ୍ତ ଅଭିନେତ୍ରୀଙ୍କ ଘର ।ସେ ବିଭିନ୍ନ ସିରିଏଲ୍‌ ଓ ଯାତ୍ରାରେ କାମ କରନ୍ତି । ଏପିରିକି ଏନ୍‌ଜିଓ ସଂସ୍ଥାରେ ମଧ୍ୟ ଚାକିରି କରନ୍ତି । ଗତ ବର୍ଷ ରିଙ୍କୁ ନାୟକ ନାମକ ଜଣେ ଯୁବକଙ୍କ ସହ ତାଙ୍କର ଦେଖା ହୋଇଥିଲା । ଭୁବନ ତାଙ୍କୁ କହିଥିଲେ, ସେ  ବିଭିନ୍ନ ଯାତ୍ରା ପାର୍ଟି, ଟିଭି ସିରିଏଲ୍‌ ଓ ଡାନ୍ସ ଗ୍ରୁପ୍‌କୁ କଳାକାର  ଯୋଗାନ୍ତି । ସରକାରୀ ମହଲରେ ମଧ୍ୟ ଭଲ ସମ୍ପର୍କ ରହିଛି ।  ଟଙ୍କା ଦେଲେ ସରକାରୀ ଚାକିରି ମଧ୍ୟ କରାଇ ଦେବେ ।  ଏହା ପରେ ଭୁବନ ସହ ଅଭିନେତ୍ରୀଙ୍କ ପ୍ରେମସମ୍ପର୍କ ଗଢ଼ି ଉଠିଲା । ଭୁବନ କଥାରେ ସେ ଅନ୍ୟ ପ୍ରଯୋଜନା ସଂସ୍ଥାଠାରୁ  ଦୂରେଇ ଯାଇଥିଲେ । ଆଉ ଭୁବନଙ୍କ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ଏହାର ସୁଯୋଗରେ ଭୁବନ  ଅଭିନେତ୍ରୀଙ୍କୁ ଏକ ବଡ଼ ବ୍ୟାନରରେ କାମ କରାଇ ଦେବାକୁ  କହି ତାଙ୍କଠୁ ଦେଢ଼ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ ।  

ଏହାପରେ ମଉକା ଦେଖି ବାଥରୁମ୍‌ରେ କ୍ୟାମେରା  ଲଗାଇ ଅଭିନେତ୍ରୀଙ୍କ ଭିଡିଓ ରେକଡିଂ କରିଥିଲେ । ଉକ୍ତ  ଭିଡିଓ ଦେଖାଇ ଅଭିନେତ୍ରୀଙ୍କୁ ବ୍ଲାକମେଲ୍‌ କରୁଥିଲେ । ଏହାକୁ  ଅଭିନେତ୍ରୀ ବିରୋଧ କରିବାରୁ ତାଙ୍କୁ ହତ୍ୟା ଧମକ ଦେବା  ସହ ତାଙ୍କ ଘରକୁ ଯାଇ ଏସିଡ୍‌ ଫିଙ୍ଗିବାକୁ ଉଦ୍ୟମ କରିଥିଲେ ।  ଅଭିନେତ୍ରୀ ଜଣଙ୍କ ଏ ବିଷୟରେ ଭୁବନଙ୍କ ପରିବାର ଲୋକଙ୍କୁ  ଜଣାଇଥିଲେ । ହେଲେ ସେମାନେ କିଛି ଶୁଣି ନଥିଲେ । ବାଧ୍ୟ  ହୋଇ ଅଭିନେତ୍ରୀ ଜଣଙ୍କ ଥାନାରେ ଏତଲା ଦେଇଛନ୍ତି । ଏନେଇ  ମହିଳା ଥାନା ପୁଲିସ୍‌ କହିଛି, ଏକ ମାମଲା ରୁଜୁ ହୋଇଛି ।  ଅଭିଯୋଗରେ କେତେ ସତ୍ୟତା ରହିଛି ତାହାର ତଦନ୍ତ ଚାଲିଛି ।

   Related Posts