ଘାତକ ପାଲଟିଛି ବ୍ଲାକ୍‌ ଫଙ୍ଗସ୍‌, ଆଖି ବୁଜିଲେଣି ୨୯ ଆକ୍ରାନ୍ତ

Published By : Prameya-News7 Bureau | September 22, 2021 IST

ଭୁବନେଶ୍ୱର ୨୨।୦୯: ଘାତକ ହେଉଛି ବ୍ଲାକ ଫଙ୍ଗସ୍‌ । ଏବେ ଯାଏଁ ୨୧୨ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୯ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ,  କରୋନାର ଦ୍ୱିତୀୟ ଲହରୀରେ ରାଜ୍ୟରେ ବ୍ଲାକ୍‌ ଫଙ୍ଗସ୍‌ ଘାତକ ପାଲଟିଛି । ଏବେ ଯାଏଁ ୨୧୨ଜଣ ରୋଗୀ ବ୍ଲାକ୍‌ ଫଙ୍ଗସ୍‌ରେ ଆକ୍ରାନ୍ତ ହେଲେଣି । ଏଥିରୁ ୨୯ଜଣଙ୍କର ମୃତ୍ୟୁ ହୋଇଛି । ୧୦୯ଜଣ ରୋଗୀ ଏବେ ବି ବ୍ଲାକ୍‌ ଫଙ୍ଗସ୍‌ରୁ ମୁକ୍ତି ପାଇଁ ହସ୍ପିଟାଲ ଶଯ୍ୟାରେ ସଂଘର୍ଷ କରୁଛନ୍ତି । ସେହିଭଳି ୬୮ ରୋଗୀ ଏଥିରୁ ସୁସ୍ଥ ହୋଇସାରିଲେଣି । ରୋଗ ପ୍ରତିରୋଧକ କମ୍‌ ଥିବା ରୋଗୀଙ୍କୁ ଏହା ଆକ୍ରାନ୍ତ କରୁଛି । ମ୍ୟୁକୋର ମିକୋସିସ୍‌ ଫଙ୍ଗସ୍‌ ଏହି ରୋଗର କାରଣ । କରୋନାରେ ଅତି ଗୁରୁତର ହେଉଥିବା ଆକ୍ରାନ୍ତ, ଷ୍ଟେରଏଡ୍‌ ନେଉଥିବା କରୋନା ଆକ୍ରାନ୍ତ ଓ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିଲେ ବ୍ଲାକ୍‌ ଫଙ୍ଗସ୍‌ ହେବା ଆଶଙ୍କା ଅଧିକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.