ମନୀଷଙ୍କ ଗିରଫରେ ଆପ୍ କହିଲା ଗଣତନ୍ତ୍ର ପାଇଁ କଳା ଦିନ, ବିଜେପି କହିଲା, ୟା ପରେ କେଜରିୱାଲ୍‌ଙ୍କ ପାଳି....

Published By : Prameya-News7 Bureau | February 26, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜି ଗିରଫ ହୋଇଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଦୀର୍ଘ ୮ ଘଣ୍ଟା ଧରି ଜେରା କରିବା ପରେ ତାଙ୍କୁ ଗିରଫ କରିଛି ସିବିଆଇ। ମନୀଷ ବର୍ତ୍ତମାନ ସିବିଆଇ ମୁଖ୍ୟାଳୟରେ ରହିବେ।  

ମନୀଷଙ୍କ ଗିରଫ ପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆପ୍। ଆଜିର ଦିନ ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିନ ବୋଲି ଆପ୍ କହିଛି। ବିଜେପିର ସିବିଆଇ ଏକ ମିଛ କେସ୍‌ରେ ବିଶ୍ୱର ସବୁଠାରୁ ଉତ୍ତମ ଶିକ୍ଷାମନ୍ତ୍ରୀଙ୍କୁ ଗିରଫ କରି ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରରେ ଠେଲି ଦେଇଛି। ରାଜନୈତିକ ଶତ୍ରୁତା ପାଇଁ ବିଜେପି ଏମିତି କରିଛି ବୋଲି ଆପ୍ କହିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମନୀଷଙ୍କୁ ନିର୍ଦ୍ଦୋଶ କହିବା ସହି ଏହା ବିଜେପିର ହୀନ ରାଜନୀତି ବୋଲି କେଜରିୱାଲ୍ କହିଛନ୍ତି।

wp:html /wp:html

ମନୀଷଙ୍କ ଗିରଫ ପରେ ପ୍ରତିକ୍ରିୟା ପ୍ରକାଶ କରିଛି ଆପ୍। ଆଜିର ଦିନ ଭାରତୀୟ ଗଣତନ୍ତ୍ର ପାଇଁ କଳା ଦିନ ବୋଲି ଆପ୍ କହିଛି। ବିଜେପିର ସିବିଆଇ ଏକ ମିଛ କେସ୍‌ରେ ବିଶ୍ୱର ସବୁଠାରୁ ଉତ୍ତମ ଶିକ୍ଷାମନ୍ତ୍ରୀଙ୍କୁ ଗିରଫ କରି ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତକୁ ଅନ୍ଧାରରେ ଠେଲି ଦେଇଛି। ରାଜନୈତିକ ଶତ୍ରୁତା ପାଇଁ ବିଜେପି ଏମିତି କରିଛି ବୋଲି ଆପ୍ କହିଛି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମନୀଷଙ୍କୁ ନିର୍ଦ୍ଦୋଶ କହିବା ସହି ଏହା ବିଜେପିର ହୀନ ରାଜନୀତି ବୋଲି କେଜରିୱାଲ୍ କହିଛନ୍ତି।  ସେ ଟ୍ୱିଟ୍ କରି କହିଛନ୍ତି  "ମନୀଷ ନିର୍ଦ୍ଦୋଷ। ତାଙ୍କୁ ଗିରଫ କରିବା ହୀନ ରାଜନୀତି। ମନୀଷଙ୍କ ଗିରଫଦାରିରେ ଲୋକଙ୍କ ମଧ୍ୟରେ ଆକ୍ରୋଶ ରହିଛି। ଲୋକେ ସବୁ ଦେଖୁଛନ୍ତି। ଲୋକେ ସବୁ ବୁଝୁଛନ୍ତି। ଲୋକେ ଏହାର ଜବାବ ଦେବେ। ଏଥିରେ ଆମର ଧୈର୍ଯ୍ୟ ଆହୁରି ବଢ଼ିବ। ଆମ ସଂଘର୍ଷ ଆହୁରି ମଜଭୁତ ହେବ।"

wp:html /wp:html

ସେହିପରି ଆପ୍‌ ସାଂସଦ ସଞ୍ଜୟ ସିଂହ ମଧ୍ୟ ଘଟଣାକୁ ନିନ୍ଦା କରିଛନ୍ତି। ସେ ଲଖିଛନ୍ତି " ମନୀଷଙ୍କ ଗିରଫଦାରୀ ଏକଛତ୍ରବାଦର ସୀମା ପାର୍ କରିଛି। ମୋଦୀ ଜୀ ଆପଣ ଜଣେ ସଚ୍ଚୋଟ ଓ ସର୍ବଶ୍ରେଷ୍ଟ ଶିକ୍ଷାମନ୍ତ୍ରୀଙ୍କୁ ଗିରଫ କରି ଭଲ କରି ନାହାନ୍ତି। ଭଗବାନ ଆପଣଙ୍କୁ ବି କ୍ଷମା କରିବେନି। ଦିନେ ଆପଣଙ୍କ ଏକଛତ୍ରବାଦ ଶାସନର ଅନ୍ତ ହେବ।"

ସେହିପରି ସୌରଭ ଭରଦ୍ୱାଜ କହିଛନ୍ତି ଯେ ବିନା କୌଣସି ପ୍ରମାଣରେ ସିସୋଦିଆଙ୍କୁ ଗିରଫ କରାଯାଇଛି। ସବୁ କେନ୍ଦ୍ରୀୟ ଏଜେନ୍ସି ବିଜେପିର ହାତ ଭଳି କାମ କରୁଛି। ବିଜେପି ସ୍କ୍ରିପ୍‌ଟରେ ସବୁ ଏଜେନ୍ସି କାମ କରୁଛନ୍ତି। ସେମାନେ ନିୟର ପାଳନ କରୁ ନାହାନ୍ତି ବୋଲି ସୌରଭ କହିଛନ୍ତି। ମନୀଷ ସହଯୋଗ କରୁ ନାହାନ୍ତି କହି ମିଛରେ ବାହାନା ଦେଖାଇ ଗିରଫ କରାଯିବ ବୋଲି ପୂର୍ବରୁ କହିଥିଲି। ସତକୁ ସତ ତାହା ହେଲା ବୋଲି ଆପ ନେତା ସୌରଭ ଭରଦ୍ୱାଜ କହିଛନ୍ତି।

wp:html /wp:html

କଣ କହିଲା ବିଜେପି ?

ଗୌତମ ଗମ୍ବୀର- ଅପରାଧ କରି କେଉଁଠି ଖସିଯିବ ଗାଲିବ ? ଏ ମାଟି ଆକାଶ ସବୁ ତ ତୁମର।

ତେଜିନ୍ଦର ପାଲ ସିଂହ ବାଗ୍ଗା- କେଜରିୱାଲ୍ କହୁଥିଲେ ଯେ ଯଦି ମୋର କୌଣସି ବ୍ୟକ୍ତିଙ୍କ ନାଁରେ କୌଣସି ଅଭିଯୋଗ ଆସେ ସେ ତାଙ୍କୁ ଗିରଫ କରିବେ। ବର୍ତ୍ତମାନ ଦେଖାଯାଉ ସେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ସେ ନିଜେ ହିଁ ମଦ ଦୁର୍ନୀତିରେ ଅଭିଯୁକ୍ତ ଅଛନ୍ତି। କିଛିଦିନ ଭିତରେ ସବୁ ସ୍ପଷ୍ଟ ହୋଇଯିବ।

wp:html /wp:html

ସମ୍ବିତ ପାତ୍ର- ବିଶ୍ୱରେ ଏମିତି କୌଣସି ଶିକ୍ଷା ମନ୍ତ୍ରୀ ନାହାନ୍ତି ଯିଏ ମଦ ଦୁର୍ନୀତିରେ ଗିରଫ ହୋଇଥିବେ। ତୁମେ ଆମ ପିଲାମାନଙ୍କ ସହ ଖେଳ ଖେଳିଲ। ସ୍କୁଲ୍ ପାଖରେ ମଦ ଦୋକାନ ଖୋଲି ଡିଲର ପାଖରୁ କମିଶନ ନେଲ। ଦୁର୍ନୀତି ନେଇ ବିଜେପି ଶୂନ୍ୟ ସହନଶୀଲାତ ନୀତି ରଖେ। ଯାଞ୍ଚ କରିବା ପରେ ତାଙ୍କୁ ଏକ ନମ୍ବର ଅଭିଯୁକ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.