ନିୟମିତ ସକାଳୁ ଖାଆନ୍ତୁ ମୁଠାଏ ବୁଟ: ରହିଛି ଅନେକ ପୋଷକ ତତ୍ତ୍ୱ, ନିୟନ୍ତ୍ରିତ ହେବ କୋଲେଷ୍ଟ୍ରଲ

Published By : Prameya-News7 Bureau | November 19, 2021 IST

ଭୁବନେଶ୍ୱର ୧୯/୧୧ : ପ୍ରାୟ ସମସ୍ତଙ୍କ ଘରେ କଳା ଚଣା ବା ବୁଟ ଖିଆଯାଏ। ଏହାକୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ସକାଳୁ ଗୋଟିଏ ମୁଠା ବୁଟ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ। କିନ୍ତୁ ଅଧିକ ମାତ୍ରାରେ ଖାଇଲେ ପେଟ ସମସ୍ୟା ହୋଇପାରେ। ବତୁରାଯାଇଥିବା ବୁଟରେ ଅନେକ ପୋଷାକ ତତ୍ତ୍ୱ ଅଛି ଯାହା ଶରୀର ପାଇଁ ମହତ୍ତ୍ୱପୂର୍ଣ୍ଣ।

{"id":546471,"width":661,"height":496,"sizeSlug":"full","linkDestination":"none"}

ଶାକାହାରୀଙ୍କ ପାଇଁ ପନିପରିବାରୁ ପ୍ରୋଟିନ ପ୍ରାପ୍ତ କରିବା ଏକ ବଡ ଚ୍ୟାଲେଞ୍ଜ। ସେଥିପାଇଁ ଶାକାହାରୀଙ୍କ ପାଇଁ ଏହା ବହୁତ ଲାଭଦାୟକ। ବୁଟରେ ଭରପୁର ମାତ୍ରାରେ ପ୍ରୋଟିନ ରହିଛି। ଏନିମିଆ ପୀଡିତଙ୍କ ପାଇଁ କଳା ବୁଟ ବହୁତ ଲାଭଦାୟକ। ବୁଟରେ ଭରପୁର ମାତ୍ରାରେ ଆୟରନ ରହିଛି ଯାହା ଶରୀରରେ ହେମୋଗ୍ଲୋବିନ ସ୍ଥର ସୁଧାରିବାରେ ସାହାଯ୍ୟ କରିଥାଏ।

ବତୁରା ହୋଇଥିବା ବୁଟରେ ଭରପୁର ମାତ୍ରାରେ ଫାଇବର ରହିଛି ଯାହା ପାଚନ ତନ୍ତ୍ରକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ବାହାର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ନିୟମିତ ବୁଟ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

{"id":546472,"width":664,"height":373,"sizeSlug":"full","linkDestination":"none"}

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଯେଉଁମାନେ ଓଜନ କମ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବୁଟ ବହୁତ ଭଲ ବିକଳ୍ପ। ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର ଯୋଗୁଁ ଅଧିକ ସମୟ ଯାଏଁ ଭୋକ ମଧ୍ୟ ହୋଇନଥାଏ। ସେଥିପାଇଁ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଇଛା ହୋଇନଥାଏ ଏବଂ ଓଜନ ସହଜରେ କମ କରାଯାଇପାରେ। ବୁଟ ପିତ୍ତ ଏସିଡ ନିୟନ୍ତ୍ରଣ କରିବା ସହ କୋଲେଷ୍ଟ୍ରଲ ସ୍ଥର ମଧ୍ୟ କମ କରିଥାଏ। କୋଲେଷ୍ଟ୍ରଲ ସ୍ଥର ନିୟନ୍ତ୍ରଣ ହେଲେ ହୃଦୟ ରୋଗ ବିକଶିତ ହେବାର ସମ୍ଭାବନା କମ ଥାଏ। କହିବାକୁ ବୁଟ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.